ପ୍ରେମକୁ ସ୍ବୀକୃତି ଦେବାକୁ ସମଲେଶ୍ବରୀଙ୍କୁ ଚିଠି, ରବୀନ୍ଦ୍ର ସହ ବିବାହ କରାଇବାକୁ ଅନୁରୋଧ

ସମ୍ବଲପୁର: ସମଲେଶ୍ବରୀଙ୍କ ଦାନ ହୁଣ୍ଡିରୁ ବାହାରିଲା ପ୍ରେମକୁ ସ୍ବୀକୃତି ଦେବା ପାଇଁ ଚିଠି । ପ୍ରେମକୁ ସ୍ବୀକୃତି ଦେଇ ବିବାହ କରାଇଦେବାକୁ ମା’ ସମଲେଶ୍ବରୀଙ୍କୁ ଚିଠି ଲେଖିଛନ୍ତି ଜଣେ ଯୁବତୀ । ପ୍ରେମିକ ରବୀନ୍ଦ୍ର ସହିତ ବିବାହ କରାଇଦେବା ପାଇଁ ମାଆଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି ଜଣେ ଅଜଣା ଯୁବତୀ ।

ମାଆଙ୍କ ଦାନ ହୁଣ୍ଡିରୁ ଦୁଇଟି ଚିଠି ମିଳିଥିବା ବେଳେ, ଗୋଟିଏ ଚିଠି ଓଡ଼ିଆରେ ଲେଖାଅଛି  । ଅନ୍ୟଟି ବଙ୍ଗଳା ଭାଷାରେ ଲେଖାଥିବା ଦେଖିବାକୁ ମିଳିଛି । ସିନ୍ଦୂର ବୋଳା ହୋଇ ଚିଠିଟି ମା’ଙ୍କ ହୁଣ୍ଡିରେ ପଡ଼ିଥିଲା।