କାନପୁର ଲଭ ଜିହାଦର ସତ୍ୟାସତ୍ୟ କ’ଣ? ନାମ ଲୁଚାଇ ପ୍ରେମ… ତା’ପରେ ଧର୍ମ ପରିବର୍ତ୍ତନ !
1 min readକାନପୁର: କାନପୁରରେ ବର୍ତ୍ତମାନ ଲଭ ଜିହାଦକୁ ନେଇ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଅଛି । ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ଭଳି ହିନ୍ଦୁ ସଙ୍ଗଠନ ତରଫରୁ ବିରୋଧ କରାଯାଉଛି । ନିକଟରେ ଧର୍ମ ପରିବର୍ତ୍ତନର ୫ଟି ମାମଲା ସାମ୍ନାକୁ ଆସିବା ପରେ ସହରରେ ଏକ ସଙ୍ଗଠିତ ଗ୍ୟାଙ୍ଗ ସକ୍ରିୟ ଥିବାର ଅଭିଯୋଗ ହୋଇଛି । ଏହି ଗ୍ୟାଙ୍ଗର ସଦସ୍ୟ ନିଜ ପରିଚୟ ଲୁଚାଇ ସୋସିଆଲ ମିଡିଆରେ ଫେକ ଆଇଡି ଖୋଲିଛନ୍ତି । କେବଳ ସେତିକି ନୁହେଁ ଅନ୍ୟ ଧର୍ମର ଝିଅଙ୍କୁ ପ୍ରେମ ଜାଲରେ ପକାଇ ତାଙ୍କୁ ବିବାହ କରି ଧର୍ମ ପରିବର୍ତ୍ତନ କରିବାକୁ ପ୍ରବର୍ତ୍ତାଉଛନ୍ତି । ଏଭଳି ଅଭିଯୋଗ ପୋଲିସକୁ ମଧ୍ୟ ଆଶ୍ଚର୍ୟ୍ୟ କରିଛି । ଉକ୍ତ ଘଟଣାର ତଦନ୍ତ ପାଇଁ ଆଇଜି ଏସଆଇଟି ଟିମ ଗଠନ କରିଛନ୍ତି ।
କାନପୁରର ମିଶ୍ରିତ ଅଞ୍ଚଳ ଯେପରି କଲୋନି,ସଫେଦ କଲୋନି,ମଛରିୟା,ଜାଜାମଉ,ସାୟଦ ନଗର ଓ ଛାବନୀ ଭଳି ଅଞ୍ଚଳରେ ଉକ୍ତ ଗ୍ୟାଙ୍ଗ ସକ୍ରିୟ ରହିଛି । ଧର୍ମ ପରିବର୍ତ୍ତନ କରିଥିବା ଶାଲୀନି ଯାଦବରୁ ଫାତିମା ହୋଇଥିବା ଯୁବତୀଙ୍କ ବନ୍ଧୁତା ମଧ୍ୟ ଫେସବୁକରୁ ହୋଇଥିଲା । ଏବେ ଶାଲୀନି ଧର୍ମ ପରିବର୍ତ୍ତନ କରି ବିବାହ କରି ସାରିଛନ୍ତି । ତେବେ ଶାଲୀନିଙ୍କ ସମେତ ୫ଜଣ ଯୁବତୀ ଏହିଭଳି ପଦକ୍ଷେପ ନେଇଥିବା ଘଟଣା ସାମ୍ନାକୁ ଆସିଛି । ଏମାନଙ୍କ ପରିବାର ୨୪ ଅଗଷ୍ଟକୁ ଆଇଜି ରେଞ୍ଜ ସହିତ ସାକ୍ଷାତ କରି ଅଭିଯୋଗ ଶୁଣାଇଛନ୍ତି । ତେବେ କଥାରେ ଭୁଲାଇ ଉକ୍ତ ଯୁବତୀ ମାନଙ୍କୁ ଧର୍ମ ପରିବର୍ତ୍ତନ କରାଇ ଥିବାର ଅଭିଯୋଗ କରିଛନ୍ତି ସେମାନଙ୍କ ପରିବାର । ଧର୍ମ ପରିବର୍ତ୍ତନ କରିଥିବା ଯୁବତୀଙ୍କ ବୟାନ ରେକର୍ଡ଼ କରିବା ପାଇଁ ମଧ୍ୟ ପରିବାର ସଦସ୍ୟ ଅନୁରୋଧ କରିଛନ୍ତି ।
Shalini Yadav of Kanpur came out on the pretext of taking the exam, first changed religion, then married Faisal, the question is, why was Shalini Yadav changed, why did the Faisal not, then only say, this love No, this is love jihad… pic.twitter.com/uP4fhj5x1v
— Mishra Ji (@m_i_s_h_r_a_j_i) August 21, 2020
୬ ବର୍ଷ ଧରି ପ୍ରେମ କରୁଥିବା ମୋହମ୍ମଦ ଫୈସଲଙ୍କୁ ଶାଲୀନି ବିବାହ କରିଛନ୍ତି ଏବଂ ସେ ଗାଜିୟାବାଦରେ ଧର୍ମ ପରିବର୍ତ୍ତନ କରି ଫାତିମା ହୋଇ ଯାଇଛନ୍ତି । ଶାଲୀନିଙ୍କ ପରିବାର ଫୈସଲଙ୍କ ସମେତ ୭ ଜଣଙ୍କ ନାମରେ ଅଭିଯୋଗ ଦାଖଲ କରିଛନ୍ତି । ତେବେ କିଭଳି ଘରୁ କଲେଜରେ ପରୀକ୍ଷା ଅଛି କହି ବାହାରି ଯାଇ ୬ ବର୍ଷ ଧରି ପ୍ରେମ କରୁଥିବା ଯୁବକକୁ ନିଜ ଇଛାରେ ବିବାହ କରିଛି ତାହାର ଏକ ଭିଡ଼ିଓ ଭାଇରାଲ କରିଥିଲେ ଶାଲୀନି । ବିନା କୌଣସି ବାଧ୍ୟ ବାଧକତାରେ ଧର୍ମ ପରିବର୍ତ୍ତନ କରିଥିବା ମଧ୍ୟ ଶାଲୀନି ସେହି ଭିଡ଼ିଓରେ କହିଛନ୍ତି । ତେବେ କେବଳ ଶାଲୀନି ନୁହଁନ୍ତି ବରଂ କଲ୍ୟାଣପୁରରେ ରହୁଥିବା ତାଙ୍କ ଭଉଣୀଙ୍କ କ୍ଷେତ୍ରରେ ସମାନ ଘଟଣା ଘଟିଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । କିନ୍ତୁ ପରିବାର ଲୋକ ଅଭିଯୋଗ କରିବା ପରେ ପ୍ରେମ ପସଙ୍ଗ କହି ପୋଲିସ ମାମାଲା ରୁଜୁ କରୁନାହିଁ ବୋଲି ଅଭିଯୋଗ କରିଛନ୍ତି ଯୁବତୀଙ୍କ ପରିବାର ।
ଆଇଜି ରେଞ୍ଜ ମୋହିତ ଅଗ୍ରଓ୍ୱାଲ ଲଭ ଜିହାଦ ଅଭିଯୋଗକୁ ଗୁରୁତ୍ୱର ସହିତ ନେଇଛନ୍ତି । ସେ ଏସପି ଦୀପକ ଠାକୁରଙ୍କ ନେତୃତ୍ୱରେ ଏକ ଏସଆଇଟି ଗଠନ କରିଛନ୍ତି । ଅନ୍ୟ ପକ୍ଷରେ ବଜରଙ୍ଗ ଦଳ କରିଥିବା ଅଭିଯୋଗକୁ ଆଧାର କରି ମଧ୍ୟ ଏହାର ଯାଞ୍ଚ କରାଯିବ । ପୋଲିସ ତଦନ୍ତରେ ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି । ଖବର ଅନୁସାରେ ୫ ଜଣ ଯୁବତୀଙ୍କୁ ଧର୍ମ ପରିବର୍ତ୍ତନ କରାଇଥିବା ସମସ୍ତ ଯୁବକ ଗୋଟିଏ କଲୋନୀର । ଏହା ସହିତ ପରିଚୟ ଲୁଚାଇ ବନ୍ଧୁତା କରିଥିଲେ ଭଳି ଖବର ସାମ୍ନାକୁ ଆସିଛି ।