ଭଙ୍ଗା ଘରୁ ବାହାରିଲା ପୁଳା ପୁଳା ରାସନ କାର୍ଡ: ବ୍ୟାପକ ଜାଲିଆତି ନେଇ ଆଶଙ୍କା ପ୍ରକାଶ କଲେ ସ୍ଥାନୀୟ ଲୋକେ

ସୋର: ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ । ଖଇରା ବ୍ଲକ ପରିସରରେ ଏକ ଘର ଭଙ୍ଗା ଯାଉଥିବା ବେଳେ ଏହି ଘର ଭିତରୁ ଅନେକ ରାସନକାର୍ଡ ପଡ଼ିଥିବା ଦେଖିବାକୁ ମିଳିଥିଲା । ଘର ଭଙ୍ଗା ହେବା ପରେ ରାସନ କାର୍ଡ ସହ ବହୁ କାଗଜପତ୍ର ଏକ ଟ୍ରାକ୍ଟରରେ ନିଆଯାଉଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା ।
ଏ ସମ୍ପର୍କରେ ବ୍ଲକ ଯୋଗାଣ ବିଭାଗ ଅଧିକାରୀ ନିରଞ୍ଜନ ସାହୁଙ୍କୁ ଯୋଗାଯୋଗ କରାଯାଇଥିଲା । ତାଙ୍କ କହିବା କଥା, ରାସନକାର୍ଡରେ କୌଣସି ଜାଲିଆତି ହୋଇନି । ଯେଉଁ ଘର ଭଙ୍ଗାଗଲା ସେଠାରେ ପୂର୍ବରୁ ଯୋଗାଣ ବିଭାଗ କାର୍ଯ୍ୟାଳୟ ଚାଲୁଥିଲା । ପ୍ରଥମ ପର୍ଯ୍ୟାୟରେ ଜଣେ ଜଣେ ବ୍ୟକ୍ତିଙ୍କ ନାମରେ ଏକାଧିକ କାର୍ଡ ଆସିଥିଲା । ଆଉ କିଛି କାର୍ଡରେ ନାମ ତ୍ରୁଟିପୂର୍ଣ୍ଣ ଥିଲା । ଲୋକମାନଙ୍କୁ ପରବର୍ତ୍ତୀ ସମୟରେ ସଂଶୋଧିତ କାର୍ଡ ପ୍ରଦାନ କରାଯାଇଥିଲା । ଏହି ଅନାବଶ୍ୟକୀୟ କାର୍ଡ ଓ କାଗଜପତ୍ରକୁ ନଷ୍ଟ କରିବା ପାଇଁ ରଖାଯାଇଥିଲା ବୋଲି କହିଛନ୍ତି ଯୋଗାଣ ବିଭାଗ ଅଧିକାରୀ ।