ଆଚାର ପ୍ରସ୍ତୁତି କାରଖାନା ସତ୍ତ୍ୱେ ମୟୂରଭଞ୍ଜ ଜିଲ୍ଲାରେ ଲେମ୍ୱୁର ଅଭାବୀ ବିକ୍ରି

ମୟୂରଭଞ୍ଜ: ଅଭାବୀ ବିକ୍ରିର ଶିକାର ଲେମ୍ବୁ ଚାଷୀ । ମୟୂରଭଞ୍ଜ ଜିଲ୍ଲାରେ ଉତ୍ପାଦନ ଲେମ୍ବୁର ଚାହିଦା କମିବାରେ ଲାଗିଲାଣି । ବିକ୍ରି ପାଇଁ ବଜାର ବ୍ୟବସ୍ଥା ନଥିବାରୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ଲେମ୍ବୁ ପଚି ସଢି ନଷ୍ଟ ହେଉଥିବା ଅଭିଯୋଗ ହେଉଛି । ଫଳରେ ଆର୍ଥିକ ସ୍ତରରେ କ୍ଷତି ସହୁଛନ୍ତି ଚାଷୀ । ଅନ୍ୟପଟେ ସରକାରଙ୍କ ପକ୍ଷରୁ ସ୍ଥାପନା ହୋଇଥିବା ଆଚାର ପ୍ରସ୍ତୁତି କାରଖାନା ଚାଷୀଙ୍କୁ କିଛି ମାତ୍ରାରେ ସହାୟକ ହେଉଛି ।

ଲେମ୍ବୁ ଚାଷୀଙ୍କ ଉପରେ ପଡିଛି ଚଡ଼କ । ଅଭାବୀ ବିକ୍ରିର ଶିକାର ଲେମ୍ବୁ ଚାଷୀ । ନାହିଁ ବଜାର ବ୍ୟବସ୍ଥା, ହତାସ ଚାଷୀ । କମୁଛି ମୟୂରଭଞ୍ଜ ଜିଲ୍ଲାରେ ଉତ୍ପାଦିତ ଲେମ୍ବୁର ଚାହିଦା । ମହାମାରୀ କରୋନା ପାଇଁ ବ୍ୟବସାୟୀ ଆସୁନଥିବାରୁ ସମ୍ପୂର୍ଣ୍ଣ ରୂପେ ବ୍ୟବସାୟ ବାଧାପ୍ରାପ୍ତ ହୋଇଛି । ଟନ ଟନ ଗଛିତ ଲେମ୍ବୁ ଗୋଦାମ ଘରେ ସଢି ନଷ୍ଟ ହେଉଥିବା ଅଭିଯୋଗ କରିଛନ୍ତି ଚାଷୀ । ବିକ୍ରି ପାଇଁ ସ୍ଥାନୀୟ ବଜାର ଯଥେଷ୍ଟ ହେଉନଥିବାରୁ ଆର୍ଥିକ ସ୍ତରରେ କ୍ଷତି ସହୁଛନ୍ତି ଚାଷୀ ।

ମୟୂରଭଞ୍ଜ ଜିଲ୍ଲାର ବୁଢାବଳଙ୍ଗ ନଦୀପଠା ତଥା କୁଳିଆଣ ଓ ଶାମାଖୁଣ୍ଟା ଅଞ୍ଚଳ ଫଳଚାଷ ପାଇଁ ଉପଯୋଗୀ । ଦୁଇଟି ବ୍ଲକର ପ୍ରାୟ ୪ଶହ ହେକ୍ଟର ଜମିରେ ଲେମ୍ବୁ ଚାଷ ହୋଇଥାଏ । ବର୍ଷକୁ ୪୦ରୁ ୪୮ ହଜାର କ୍ୱିଣ୍ଟାଲ ଲେମ୍ବୁ ଅମଳ କରିଥାନ୍ତି ଚାଷୀ । ମାତ୍ର ଜିଲ୍ଲାରେ ବିକ୍ରି ପାଇଁ ବଜାର ବ୍ୟବସ୍ଥା ନଥିବାରୁ ଅଭାବୀ ବିକ୍ରି ଶିକାର ହେଉଛନ୍ତି ଚାଷୀ । ସେପଟେ ସରକାରଙ୍କ ଦ୍ବାରା ତିଆରି ହୋଇଥିବା ଆଚାର ଫାକ୍ଟ୍ରି କିଛି ମାତ୍ରରେ ଚାଷୀଙ୍କୁ ସହାୟକ ହେଉଛି । ପ୍ରଡ୍ୟୁସର ଗ୍ରୁପ୍ କରି ଲେମ୍ବୁ ବାହାରକୁ ଏକ୍ସପୋର୍ଟ କରାଯିବ ବୋଲି କହିଛନ୍ତି ଜିଲ୍ଲା ଉଦ୍ୟନ ବିଭାଗ ଅଧିକାରୀ । ତେବେ ସରକାରୀ ସ୍ତରରେ ଚାଷୀଙ୍କ ପାଇଁ ମାର୍କେଟିଂ ବ୍ୟବସ୍ଥା ସହିତ ଲେମ୍ବୁ ପ୍ରସେସିଂ ୟୁନିଟ ସ୍ଥାପନା ପାଇଁ ଦାବି କରିଛନ୍ତି ଚାଷୀ ।

Leave a Reply