ଟି-୨୦ ବିଶ୍ବକପରେ ଭାରତ ୭୬ ରନରେ ଦକ୍ଷିଣ ଆଫ୍ରିକା ଠାରୁ ପରାସ୍ତ ହୋଇଛି । ଏବେ ଏହି ପରାଜୟ ଭାରତକୁ ଚାମ୍ପିୟନ କରାଇବାର ଗ୍ୟାରେଣ୍ଟି ହୋଇପାରେ । ଅନେକ ସମୟରେ କିଛି ଜିତିବା ପାଇଁ କିଛି ହାରିବାକୁ ପଡ଼ିଥାଏ । ହାରି କରି ଜିତିଲେ ତାହାକୁ ବାଜିଗର କୁହାଯାଇଥାଏ । ତେବେ ବଲିଉଡ ଫିଲ୍ମ ‘ବାଜିଗର’ର ଏହି ଡାଇୟଲ ଏବେ ଟିମ୍ ଇଣ୍ଡିଆ ଉପରେ ଲାଗୁ ହେଉଥିବା ଦେଖାଯାଉଛି । ଭାରତ ଚଳିତ ବିଶ୍ବକପର ଗ୍ରୁପ ଷ୍ଟେଜରେ ସମସ୍ତ ମ୍ୟାଚ ଜିତିଥିଲା । ମାତ୍ର ସୁପର-୮ର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଠାରୁ ପରାଜିତ ହେବାକୁ ପଡ଼ିଥାଏ ।
ତେବେ ଏହି ହାର ଟି-୨୦ ବିଶ୍ବକପ ୨୦୨୬ରେ ଟିମ୍ ଇଣ୍ଡିଆକୁ ଚାମ୍ପିୟନ କରାଇବାର ଗ୍ୟାରେଣ୍ଟି ହୋଇପାରେ । ଏହା ପଛର କାରଣ ପାଇଁ ଟୁର୍ଣ୍ଣାମେଣ୍ଟର ଇତିହାସକୁ ଫେରିବାକୁ ପଡ଼ିବ । ଚଳିତ ବିଶ୍ବକପରେ ଭାରତୀୟ ଟିମ୍ ସହ ଯାହା ହୋଇଛି, ତାହା ୧୯ ବର୍ଷ ପୂର୍ବରୁ ଟି-୨୦ ବିଶ୍ବକପ ୨୦୦୭ରେ ହୋଇଥିଲା । ସେ ସମୟରେ ଭାରତ ଦ୍ବିତୀୟ ରାଉଣ୍ଡର ପ୍ରଥମ ମୁକାବିଲା ହାରିଯାଇଥିଲା । ମାତ୍ର ତା’ପରେ ଯାହା ହୋଇଥିଲା ତାହା ଇତିହାସରେ ଲିପିବଦ୍ଧ ହୋଇ ରହିଛି । ୨୦୦୭ ଟି-୨୦ ବିଶ୍ବକପରେ ଦ୍ବିତୀୟ ରାଉଣ୍ଡର ପ୍ରଥମ ମୁକାବିଲା ହାରିବା ପରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଜିତିଥିଲା । ଦୁଇ ମ୍ୟାଚ ଜିତିବା ସହ ନିଜର ରନରେଟକୁ ମଧ୍ୟ ସୁଧାରିଥିଲା ଭାରତ । ଏପରି କରି ଭାରତ ସେମିଫାଇନାଲରେ ପ୍ରବେଶ କରିଥିଲା । ୨୦୦୭ରେ ଭାରତ ସେମିଫାଇନାଲରେ ଜିତିବା ସହ ପାକିସ୍ତାନକୁ ଫାଇନାଲକୁ ହରାଇ ଚାମ୍ପିୟନ ହୋଇଥିଲା । ଅନୁରୂପ ଭାବେ ୧୯ ବର୍ଷ ପରେ ଟି-୨୦ ବିଶ୍ବକପରେ ଏପରି କିଛି ପରିସ୍ଥିତି ସୃଷ୍ଟି ହୋଇଛି । ଭାରତୀୟ ଟିମ୍ ଦ୍ବିତୀୟ ରାଉଣ୍ଡର ପ୍ରଥମ ମୁକାବିଲାରେ ଦକ୍ଷିଣ ଆଫ୍ରିକା ଠାରୁ ପରାସ୍ତ ହୋଇଛି । ଭାରତ ହାରିବା ଅଗଣିତ ଫ୍ୟାନ୍ସଙ୍କ ଦୁଃଖ ଦେଇଛି ସତ, ମାତ୍ର ଏହି ପରାଜୟ ଭାରତକୁ ଚାମ୍ପିୟନ କରାଇବାର କାରଣ ସାଜିପାରେ । ସହଜ ଶବ୍ଦରେ କହିଲେ ଭାରତ ପରବର୍ତ୍ତୀ ମ୍ୟାଚରେ ଜିମ୍ବାଓ୍ବେ, ଓ୍ବେଷ୍ଟଇଣ୍ଡିଜକୁ ଭେଟିବ । ଏପରି ସ୍ଥିତିରେ ୧୯ ବର୍ଷର ଇତିହାସକୁ ରିପିଟ୍ କରିବାର ସୁଯୋଗ ରହିଛି ଭାରତ ପାଖରେ ।

