ଆଜି ବରଗଡ ଧନୁଯାତ୍ରାର ଦ୍ବିତୀୟ ଦିନ । କଂସଙ୍କ ଅଟହାସ୍ୟରେ କମ୍ପୁଛି ସ୍ବର୍ଗ, ମ୍ରତ୍ୟ, ପାତାଳ । ଥରହର ଗଗନ ପବନ । ଆଜି ସଂଧ୍ୟା ୬ଟାରେ ଉଦଘାଟନ ହେବ ରଙ୍ଗମହଲ । ଆଜି ଜନ୍ମ ନେବେ ଶ୍ରୀକୃଷ୍ଣ । ରାତିରେ ସମଲେଶ୍ବରୀ ମଣ୍ଡପସ୍ଥିତ କାରାଗାରରେ ଶ୍ରୀକୃଷ୍ଣ ଜନ୍ମନେବେ । ପରେ ଶ୍ରୀକୃଷ୍ଣଙ୍କୁ ନେଇ ଗୋପପୁର ଯାତ୍ରା କରିବେ ବସୁଦେବ । ଉଗ୍ରସେନ ସହ ଭେଟ ହେବା ପରେ ବିଜୁଳି କନ୍ୟାକୁ ନେଇ ମଥୁରା ପ୍ରତ୍ୟାବର୍ତ୍ତନ କରିବେ ବସୁଦେବ । ପରେ ଅଭିନିତ ହେବ ଦୁର୍ମିଳା ରାକ୍ଷସ ସହ କଂସଙ୍କ ଯୁଦ୍ଧ । ଏଥିରେ ଦୁର୍ମିଳା ରାକ୍ଷସ ନିହତ ହେବ । ପରେ ଚାରୁଣ ମୁଷ୍ଟିକଙ୍କୁ ଆବହନ କରିବେ କଂସ । ଗତକାଲି ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ପକ୍ଷରୁ ଏକ ସାଂସ୍କୃତିକ ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ବରଗଡ ଧନୁଯାତ୍ରାକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଥିଲା ।

