ସେହି ମୁସଲିମ ଦେଶ ଯେଉଁଠି ଅଛନ୍ତି ଅଧିକ ରାମଭକ୍ତ

ନୂଆଦିଲ୍ଲୀ:  ରାମାୟଣ ଭାରତର ଆତ୍ମା । ରାମଙ୍କୁ ନେଇ କେତେ କଥା କେତେ କିମ୍ବଦନ୍ତି । କିନ୍ତୁ ଜାଣିଛନ୍ତି କିଏ ଭାରତର ଭୌଗଳିକ ସୀମା ସରହଦକୁ ମଧ୍ୟ ଟପି ଯାଇଛି ରାମଭକ୍ତି । ଜାଣିଛନ୍ତି କି ବିଶ୍ୱରେ ଏମିତି ଗୋଟିଏ ଦେଶ ରହିଛି,ଯେଉଁଠି ପୃଥିବୀର ସର୍ବାଧିକ ମୁସଲିମ ରୁହନ୍ତି କିନ୍ତୁ ସେମାନେ ହେଉଛନ୍ତି ରାମ ଭକ୍ତ ?

ପ୍ରାୟ ୨୩ କୋଟି ଲୋକଙ୍କୁ ନେଇ ଗଢା ଇଣ୍ଡୋନେସିଆ । ଜନସଂଖ୍ୟାରେ ଏହା ଦୁନିଆରେ ଚତୁର୍ଥ ସ୍ଥାନ ନେଇଛି । ଏହା ସହିତ ଏହା ସବୁଠାରୁ ଅଧିକ ମୁସଲମାନ ଥିବା ଦେଶ । ବର୍ଷ ୨୦୧୯ରେ ଏଠାରେ ସରକାର ଅନ୍ତଃରାଷ୍ଟ୍ରୀୟ ସମ୍ମିଳନୀର ଆୟୋଜନ କରିଥିଲେ, ଯାହା ଥିଲା ସମ୍ପୂର୍ଣ୍ଣ ଭିନ୍ନ । କାରଣ ହେଉଛି କୌଣସି ମୁସଲିମ ରାଷ୍ଟ୍ର ପ୍ରଥମ ଥର କୌଣସି ଧର୍ମକୁ ସମ୍ମାନ ଦେଇ ଏଭଳି ଆୟୋଜନ କରିଥିଲା । ଇଣ୍ଡୋନେସିଆରେ ରାମାୟଣର ଏତେ ମାତ୍ରାରେ ପ୍ରଭାବ ରହିଛିଯେ, ଦେଶର ଏକାଧିକ ସ୍ଥାନରେ ରାମାୟଣର ଅବଶେଷ ଏବଂ ପଥର ଉପରେ ରାମକଥାର କାରୁକାର୍ଯ୍ୟ ଦେଖିବାକୁ ମିଳେ ।

ଭାରତ ଏବଂ ଇଣ୍ଡୋନେସିଆର ରାମାୟଣରେ ସାମାନ୍ୟ ଅନ୍ତର ରହିଛି । ଭାରତରେ ରାମଙ୍କ ନଗରୀ ଅଯୋଧ୍ୟା ଭାବରେ ଜଜାଣୁଣା ଏବଂ ଇଣ୍ଡୋନିସିଆରେ ଏହା ଯୋଗ୍ୟ ନାମରେ ପରିଚିତ । ସେଠାରେ ରାମାୟଣ କକନିନ ବା କାକାବିନ ରାମାୟଣ ନାମରେ ଆଦୃତ । ଭାରତୀୟ ପ୍ରାଚୀନ ସାଂସ୍କୃତିକ ରାମାୟଣର ରଚୟିତା ଆଦିକବି ଋଷି ବାଲ୍ମିକୀ ଏବଂ ଇଣ୍ଡୋନେସିଆରେ ରାମାୟଣର ରଚୟିତା କବି ଯୋଗେଶ୍ୱର । ଇଣ୍ଡୋନେସିଆ ରାମାୟଣ ୨୬ଟି ଅଧ୍ୟାୟ ବିଶିଷ୍ଟ ଏକ ବିଶାଳ ଗ୍ରନ୍ଥ । ଏଠାରେ ରାମାୟଣରେ ପ୍ରାଚୀନ ଲୋକପ୍ରିୟ ଚରିତ୍ର ଦଶରଥ ବିଶ୍ୱରଞ୍ଜନ ନାମରେ ଜଣାଶୁଣା । ଇଣ୍ଡୋନେସିଆ ରାମାୟଣର ଆରମ୍ଭ ଭଗବାନଙ୍କ ଜନ୍ମରୁ ହୋଇଥାଏ, ଯେତେବେଳେ ବିଶ୍ୱାମିତ୍ରଙ୍କ ସହିତ ରାମ ଓ ଲକ୍ଷ୍ମଣଙ୍କ ପ୍ରସ୍ଥାନରେ ସମସ୍ତ ଋଷିଗଣ ମଙ୍ଗଳାଚରଣ ଗାନ କରନ୍ତି ଏବଂ ଦଶରଥଙ୍କ ଘରେ ଏହି ଜ୍ୟେଷ୍ଠ ପୂତ୍ରଙ୍କ ଜନ୍ମ ସହିତ ବିଭିନ୍ନ ବାଦ୍ୟଯନ୍ତ୍ରର ଧ୍ୱନି ଶୁଣିବାକୁ ମିଳେ ।

ଏହି ଦେଶର ରାମାୟଣର ଆଉ ଏକ ଖାସ କଥା ହେଉଛି ଏଠାକାର ରାମାୟଣରେ ଲକ୍ଷ୍ମଣ ହେଉଛନ୍ତି ନୌସେନା ସେନାପତି । ଅନ୍ୟପକ୍ଷରେ ସୀତାଙ୍କୁ ସିନ୍ତା ବୋଲି କୁହାଯାଏ । ହନୁମାନ ଇଣ୍ଡୋନେସିଆର ସବୁଠାରୁ ଲୋକପ୍ରିୟ ଚରିତ୍ର । କାରଣ ଆଜି ମଧ୍ୟ ଏହି ଦେଶରେ ସ୍ୱାଧୀନତା ଦିବସ ବା ୨୭ ଡିସେମ୍ବରକୁ ରାଜଧାନୀ ଜକାର୍ତ୍ତା ସଡ଼କରେ ଯୁବଗୋଷ୍ଠୀ ହନୁମାନଙ୍କ ବେଶରେ ପରେଡରେ ସାମିଲ ହୁଅନ୍ତି । ଯଦିଓ ଭାରତରେ ରାମଙ୍କ ଭକ୍ତ ହନୁମାନ ନାମରେ ପରିଚିତ, ଇଣ୍ଡୋନେସିଆରେ କିନ୍ତୁ ଅନୋମାନ ଭାବରେ ଜଣାଶୁଣା ।

ଗତବର୍ଷ ଇଣ୍ଡୋନେସିଆ ସରକାର ଭାରତର କେତେକ ସ୍ଥାନରେ ଇଣ୍ଡୋନେସିଆ ରାମାୟଣ ଉପରେ ଆଧାରିତ ରାମଲୀଳାକୁ ମଞ୍ଚସ୍ଥ କରିବାକୁ ନିବେଦନ କରିଥିଲେ । ସେଠାକାର ଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ଅନୀସ ବାସ୍ୱେଦନ ଭାରତ ଆସିଥିଲେ ଏବଂ ସେ ଭାରତର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କୁ ସାକ୍ଷାତ କରିଥିଲେ । ଇଣ୍ଡୋନେସିଆ ଚାହୁଁଛି ତା ରାମାୟଣ କଥାକୁ ଭାରତରେ ଅତି କମରେ ଦୁଇଥର ମଞ୍ଚସ୍ଥ କରାଯାଉ ବୋଲି ସେ କହିଥିଲେ ।

Leave a Reply