ନୀତିଶଙ୍କୁ ସଞ୍ଜୟଙ୍କ ସମାଲୋଚନା, କହିଲେ ଅଯୋଧ୍ୟାରେ ରାମ, ବିହାରରେ ପଲଟୁରାମ

ନନ୍ଦିଘୋଷ ବ୍ୟୁରୋ: ସରଗରମ ହେବାରେ ଲାଗିଛି ବିହାର ରାଜନୀତି । ମୁଖ୍ୟମନ୍ତ୍ରୀ ପଦରୁ ନୀତିଶଙ୍କ ଇସ୍ତଫା ପରେ ତାଙ୍କୁ ବହୁ ରାଜନେତାମାନେ ସମାଲୋଚନା କରିବା ଆରମ୍ଭ କରି ଦେଇଛନ୍ତି । ଇଣ୍ଡିଆ ମେଣ୍ଟର ମଙ୍ଗ ଧରିଥିବା ନୀତିଶ ପୁଣିଥରେ ବିଜେପି ସହ ମେଣ୍ଟରେ ସରକାର ଗଢ଼ିବାକୁ ଯାଉଥିବାବେଳେ ତାଙ୍କୁ ନେଇ ରାଜନେତାମାନେ ସମାଲୋଚନା କରୁଥିବାବେଳେ ଏହିକ୍ରମରେ ସାମିଲ ହୋଇଛନ୍ତି ସଞ୍ଜୟ ରାଓ୍ବତ । ଶିବସେନାର ଏହି ବରିଷ୍ଠ ନେତା କହିଛନ୍ତି କି, ଅଯୋଧ୍ୟରେ ମର୍ଯ୍ୟାଦା ପୁରୁଷ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିବାବେଳେ ବିହାରରେ ପଲଟୁରାମ ଅଛନ୍ତି ବୋଲି ନୀତିଶଙ୍କୁ ଆକ୍ଷେପ କରି ସମାଲୋଚନା କରିଛନ୍ତି ।

ସଞ୍ଜୟ କହିଛନ୍ତି କି, ନୀତିଶଙ୍କ ମାନସିକ ସ୍ଥିତି ଠିକ ନାହିଁ । ଯେଉଁ କାରଣରୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି । ଇଣ୍ଡିଆ ମେଣ୍ଟ ଏବେ ଭଲ ସ୍ଥିତିରେ ଅଛି । ମମତା ବାନାର୍ଜୀ ଏବଂ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ଆମ ସହ ଅଛନ୍ତି । କେବଳ ନୀତିଶ କୁମାର ଏଭଳି ଖେଳ କରୁଥିଲେ । ତାଙ୍କ ମାନସିକ ସ୍ଥିତି ଦୀର୍ଘଦିନ ହେବ ଠିକ ନଥିବାରୁ ସେ ଏଭଳି ନିଷ୍ପତ୍ତି ନେଉଛନ୍ତି । ବିହାରରେ ତେଜସ୍ବୀ ଏବଂ କଂଗ୍ରେସ ସହ ଅନ୍ୟ ଦଳଙ୍କ ସ୍ଥିତି ମଧ୍ୟ ଭଲ ରହିଛି । ସେପଟେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି କି, ଆମ ଦେଶରେ ଆୟା ରାମ ଗେୟା ଭଳି ଲୋକ ଅଛନ୍ତି । ଯଦି ଲାଲୁ ବିଜେପି ସହ ମେଣ୍ଟ କରିଥାନ୍ତେ ତାହେଲେ ସେ ରାଜା ହରିଶ୍ଚନ୍ଦ୍ରଙ୍କ ଭଳି ହୋଇଥାନ୍ତେ ।