spot_img

Latest Posts

ସ୍ବାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି

ଭୁବନେଶ୍ବର : ସ୍ୱାଭାବିକ ହେଲା ସ୍ଥିତି। ଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ । ଲିଙ୍ଗରାଜଙ୍କ ନିତି ବିଭ୍ରାଟ ପ୍ରସଙ୍ଗରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଜରୁରୀ ବୈଠକ ସଫଳ ହୋଇଛି । ବୈଠକରେ ବାହାରିଛି ସମାଧାନର ବାଟ  ।

ଗତ ୧ ତାରିଖରୁ ଲିଙ୍ଗରାଜ ବିନା ଭୋଗରେ ଉପବାସ ଥିଲେ ଏବଂ ନୀତିକାନ୍ତି ବନ୍ଦ ଥିଲା । ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ବୈଠକରେ ସାମିଲ ହୋଇଥିଲେ ବ୍ରାହ୍ମଣ, ପୂଜାପଣ୍ଡା, ବଡୁ ଓ ସମର୍ଥ ନିଯୋଗର କର୍ମକର୍ତ୍ତା । ସମସ୍ତ ନିଯୋଗ ନିଜ ନିଜ ଅଭିଯୋଗ ଓ ଦାବି ବୈଠକରେ ଉପସ୍ଥାପନ କରିଥିଲେ।

ଜିଲ୍ଲାପାଳ ସମସ୍ତ ଅଭିଯୋଗ ଓ ଦାବି ଶୁଣି ସରିବା ପରେ  ସମାଧାନର ପ୍ରତିଶ୍ରୁତି ଦେଇଥିଲେ। ତାପରେ ସମସ୍ତ ନିଯୋଗ ଜିଲ୍ଲାପାଳଙ୍କ ଅନୁରୋଧ ରକ୍ଷା କରି କଥା ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ କରିଛନ୍ତି। ଏଣିକି ପ୍ରତି ମାସରେ ଥରେ ମିଟିଂ କରି ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ କାମ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Latest Posts

Don't Miss