ଅଟକିଲା ପ୍ରଭୁ ଲିଙ୍ଗରାଜଙ୍କ ବିବାହ, ସେବାୟତଙ୍କ ଜିଦ୍ ପାଇଁ ୪୪ ଦିନ ନୀତିକାନ୍ତି ବନ୍ଦ
ଭୁବନେଶ୍ୱର: ବନ୍ଦ ହେଲା ବର୍ଷ ବର୍ଷର ପରମ୍ପରା । ଶିବ ବିବାହ ପରମ୍ପରାରେ ଲାଗିଲା କଳା ଦାଗ । ଅଟକିଲା ପ୍ରଭୁ ଲିଙ୍ଗରାଜଙ୍କ ବିବାହ ଉତ୍ସବ । କପିଳେଶ୍ବରଙ୍କ ଆଗମନ ନେଇ ଆଗରୁ ରହିଥିଲା ବିବାଦ । ଏହି ମାମଲା କୋର୍ଟରେ ବିଚାରଧିନ ରହିଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ନେଇ ଜିଦରେ ଅଟଳ ଥିଲେ ଲିଙ୍ଗରାଜଙ୍କ ସେବାୟତ । ବିବାଦ ପାଇଁ ପ୍ରଭୁ ଲିଙ୍ଗରାଜଙ୍କ ଦେବ ବିବାହ କାର୍ଯ୍ୟ ସମାପନ୍ନ ହୋଇ ପାରିନାହିଁ । ଯେଉଁଥିପାଇଁ ୪୪ ଦିନ ପର୍ଯ୍ୟନ୍ତ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ହେବାନେଇ ସୂଚନା ମିଳିଛି ।
ମିଳିଥିବା ସୂଚନା ମୁତାବକ କପିଳେଶ୍ୱରଙ୍କ ସେବା ପାଇଁ ଦୁଇ ସେବାୟତ ସମୁହ ମଧ୍ୟରେ ରହିଥିଲା ବିବାଦ । ମଲିଆ ସେବାୟତ ନୁହେଁ ଖୁଣ୍ଟିଆ ସେବାୟତ କପିଳେଶ୍ବରଙ୍କ ନୀତିକାନ୍ତି କରିବାକୁ ହୋଇଥିଲା ଦାବି । ବ୍ରାହ୍ମଣ ଏବଂ ପୂଜାପଣ୍ଡା ନିଯୋଗର ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ତଥାପି ଏହି ମାମଲାରେ ପଡି ପାରିନଥିଲା ପୂର୍ଣ୍ଣଛେଦ । ଯେଉଁଥିପାଇଁ ପ୍ରଭୁ ଲିଙ୍ଗରାଜଙ୍କ ବିବାହ ହୋଇପାରିନାହିଁ ।