ଜନ୍ମବେଦୀ ମୁହାଁ ତିନି ଠାକୁର, ବଡଦାଣ୍ଡରେ ଆନନ୍ଦର ଲହରୀ
ପୁରୀ: ରତ୍ନବେଦୀରୁ ଜନ୍ମବେଦୀ ଅଭିମୁଖେ ଶ୍ରୀଜିଉ । ଦ୍ବିତୀୟ ଦିନରେ ବଡ଼ଦାଣ୍ଡରେ ଗଡିଛି ମହାପ୍ରଭୁଙ୍କ ରଥ । ଆଗେ ଆଗେ ଆସୁଛନ୍ତି ବଡ଼ଠାକୁର ତାଳଦ୍ୱଜ ରଥ ପରେ ମା ସୁଭଦ୍ରା ଦର୍ପଦଳନ ରଥ । ସଭା ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ।
ଆଉ କେଇ ଘଣ୍ଟା ପରେ ଆଡପ ମଣ୍ଡପରେ ପହଁଚିବ ତିନୋଟି ରଥ । ଏଥିନିମନ୍ତେ ସଜେଇ ହୋଇଛି ଆଡପମଣ୍ଡପ । ମହାପ୍ରଭୁଙ୍କ ଅପେକ୍ଷାରେ ଆଡପମଣ୍ଡପରେ ଅନେଇ ବସିଛନ୍ତି ଭକ୍ତ ଶ୍ରଦ୍ଧାଳୁ । ମହାପ୍ରଭୁଙ୍କୁ ସ୍ୱାଗତ କରିବା ପାଇଁ ଗୁଣ୍ଡିଚା ମନ୍ଦିରରେ ପାରମ୍ପରିକ ଝୋଟି ଚିତାରେ ଝଲସୁଛି । କେବଳ ଅପେକ୍ଷା ସେଇ ମହାପ୍ରଭୁଙ୍କ ରଥ ଆଗମନକୁ ।