ସମ୍ପର୍କୀୟଙ୍କ ଚିକିତ୍ସା ପାଇଁ ହ୍ୱାଟ୍ସଆପରେ ଟଙ୍କା ମାଗୁଛନ୍ତି ଜିଲ୍ଲାପାଳ ? ସାମ୍ନାକୁ ଆସିଲା ସତ…

Lootera Seeking Money In Name Of Bhadrak Collector

ଭଦ୍ରକ: ହ୍ୱାଟ୍ସଆପରେ ଟଙ୍କା ମାଗୁଛନ୍ତି ଜିଲ୍ଲାପାଳ । କହୁଛନ୍ତି ମୁଁ ଗୋଟିଏ ମିଟିଂରେ ବ୍ୟସ୍ତ ଅଛି । ସମ୍ପର୍କୀୟଙ୍କ ସର୍ଜରୀ ପାଇଁ ଦରକାର ଟଙ୍କା । ଏବେ ପଠାଅ ମିଟିଂରୁ ଗଲେ ଦେଇ ଦେବି । ହ୍ୱାଟ୍ସଆପ ଡିପିରେ ଭଦ୍ରକ ଜିଲ୍ଲାପାଳଙ୍କ ଫଟୋ ରଖି ଏଭଳି ଟଙ୍କା ମାଗୁଛନ୍ତି ଲୁଟେରା । ୮୪୦୦୭୫୪୨୨୧ ନମ୍ବରରେ ହ୍ୱାଟ୍ସଆପରୁ ଜିଲ୍ଲାପାଳଙ୍କ ନାଁରେ ଟଙ୍କା ମାଗୁଥିବା ଜଣାପଡ଼ିଛି ।

ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ଅବଗତ ହେବା ପରେ ସୋସିଆଲ୍ ମିଡିଆରେ ଚାଟର ସ୍କ୍ରିନସଟ୍ ସେୟାର କରି ଲୋକଙ୍କୁ ସଚେତନ କରାଯାଇଛି । ଜିଲ୍ଲାପାଳଙ୍କ ଫଟୋ ରଖି କେହି ଟଙ୍କା ମାଗୁଥିଲେ ନ ଦେବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି । ତେବେ, କିଏ ଜିଲ୍ଲାପାଳଙ୍କ ଫଟୋ ବ୍ୟବହାର କରି ହ୍ୱାଟ୍ସଆପରେ ଟଙ୍କା ମାଗୁଥିଲା । ସେନେଇ ପ୍ରଶାସନ କୌଣସି ତଥ୍ୟ ଦେଇ ନାହିଁ ।