ବ୍ୟାଙ୍କ ଟଙ୍କାରେ ବ୍ୟାଙ୍କ ଲୋନ୍ ଶୁଝିଲା ଲୁଟେରା, ୟୁଟ୍ୟୁବ୍ ଭିଡିଓରୁ ଲୁଟ୍ ତରିକା ଶିଖିଥିଲା ଅଭିଯୁକ୍ତ

ଭୁବନେଶ୍ୱର:  ମାଛ ତେଳରେ ମାଛ ଭଜା କଥା ଶୁଣୁଥିବେ । ଠିକ୍ ସେଇମିତି ଘଟଣାର ପର୍ଦ୍ଦାଫାସ କରିଛି କମିସନରେଟ୍ ପୋଲିସ । କମିଶନରେଟ୍ ପୋଲିସ ଏମିତି ଜଣେ ଲୁଟେରାକୁ ଧରିଛି,ଯିଏ ବ୍ୟାଙ୍କ୍ ଲୋନ୍ ଶୁଝିବାକୁ ବ୍ୟାଙ୍କକୁ ଟାର୍ଗେଟ୍ କରିଥିଲା । ଯେଉଁ ବ୍ୟାଙ୍କରୁ ଲୋନ୍ କରିଥିଲା ସେଇ ବ୍ୟାଙ୍କରେ କଳା କନା ବୁଲେଇ ନିଜ ସିବିଲ୍ ସ୍କୋର ଠିକ୍ କରିବାକୁ  ଷଡ଼ଯନ୍ତ୍ର କରିଥିଲା । ଆଉ ସଫଳ ବି ହୋଇଥିଲା । ବ୍ୟାଙ୍କରୁ ଟଙ୍କା ଲୁଟ୍ କରି ବ୍ୟାଙ୍କକୁ ବକେୟା ଲୋନ୍ ଶୁଝି ବି ଦେଇଥିଲା । କିନ୍ତୁ ଅଳ୍ପବିଦ୍ୟା ଭୟଙ୍କରୀ ଭଳି ପୂର୍ବ ଅଭିଜ୍ଞତା ଅଭାବରୁ ପୋଲିସ ଜାଲରେ ପଡିଛି ।

ୟୁଟ୍ୟୁବରୁ ଲୁଟ୍ କୌଶଳ ଶିଖି  ଲୁଟେରା ସୌମ୍ୟରଂଜନ ଜେନା ଦୁଇ ଦୁଇଟି ବ୍ୟାଙ୍କ ଲୁଟିବାରେ ସଫଳ ହୋଇଥିଲା । ଏବେ କିନ୍ତୁ ସେ ପୋଲିସ ଜାଲରେ । ତା’ଠାରୁ ପୋଲିସ ବନ୍ଧୁକ ଓ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି । ସୌମ୍ୟରଞ୍ଜନର ଘର ବରିମୁଣ୍ଡ ଟାଙ୍ଗୀବନ୍ତରେ ବୋଲି ଜଣାପଡ଼ିଛି । ଗତ ୨୯ ତାରିଖରେ ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଟଙ୍କା ଲୁଟି ନେଇଥିଲା ଲୁଟେରା । ସେପ୍ଟେମ୍ବର ୭ ତାରିଖରେ ନନ୍ଦନବିହାର ଆଇଓବି ବ୍ୟାଙ୍କ ଶାଖାରୁ ଲୁଟ ଘଟଣାରେ ମଧ୍ୟ ସଂପୃକ୍ତି ନେଇ ପୋଲିସ ଖୋଳତାଡ଼ କରୁଛି । ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ସ୍ପେଶାଲ ସ୍କ୍ୱାଡ ତଦନ୍ତ କରୁଛି । ସିସିଟିଭି ଫୁଟେଜରେ ହିଁ ଲୁଟର ପୁରା ଦୃଶ୍ୟ କଏଦ ହୋଇଥିଲା ।

ସୂଚନା ଅନୁସାରେ, ଲକଡାଉନ୍ କାରଣରୁ ସବୁ ପ୍ରକାର କାର୍ଯ୍ୟକଳାପରେ ରୋକ ଲାଗିଯାଇଥିଲା । ଏଭଳି ପରିସ୍ଥିତିରେ ସେ ବ୍ୟାଙ୍କରୁ ଆଣିଥିବା ଋଣ ପରିଶୋଧ କରିବାକୁ ଅକ୍ଷମ ହୋଇପଡ଼ିଥିଲା । ଏହା ପରେ ସଂପୃକ୍ତ ଅଭିଯୁକ୍ତ ଜଣଙ୍କ ଚୋରି କରିବାକୁ ମନସ୍ତ କରିଥିଲା  । ଏବଂ ଲୁଟ କରିବାର ପ୍ରଣାଳି ସେ ୟୁଟ୍ୟୁବରେ ଦେଖିବା ଆରମ୍ଭ କରିଥିଲା ।  ୟୁଟ୍ୟୁବରେ ଭିଡ଼ିଓ ଦେଖିବା ପରେ ସେ କେମିତି ଲୁଟ୍ କରିବ ସେନେଇ ଯୋଜନା ପ୍ରସ୍ତୁତ କରିଥିଲା ।

ଯୋଜନା ମୁତାବତକ, ଅଭିଯୁକ୍ତ ଏୟାର ଗନ୍ କିଣିବା ପରେ ପୂର୍ବ ଯୋଜନ ଅନୁଯାଉ ଲୁଟ୍ କରିଥିଲା । ତେବେ ଗାଁ ଲୋକଙ୍କ ନଜରରେ ସୌମ୍ୟରଂଜନ ଜଣେ ଭଲ ବ୍ୟକ୍ତି ଥିଲେ । ତଦନ୍ତ ବେଳେ ମଧ୍ୟ ଲୁଟେରାର ପରିବାର ସଦସ୍ୟ ପୋଲିସକୁ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି । ଆଗରୁ ମଧ୍ୟ ଲୁଟେରା ଏଭଳି କୌଣସି କାରନାମା କରିନଥିଲା ବୋଲି ସୂଚନା ଦେଇଛି କମିଶନରେଟ ପୋଲିସ । ଯେଉଁ ବ୍ୟାଙ୍କରୁ ସେ ଲୋନ୍ କରିଥିଲା, ସେହି ବ୍ୟାଙ୍କ ଲୁଟି ସେ ସେହିଠାର ହିଁ ଋଣ ସୁଝିଥିଲା । ତେବେ ଅଭିଯୁକ୍ତ ଅନୁସାରେ ତା’ର ଲୁଟପାଟର ଆଉ କୌଣସି ପ୍ଲାନ୍ ନଥିଲା । ଖୁବ କମ୍ ସମୟ ମଧ୍ୟରେ ପୋଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ।

ପୋଲିସ କେମିତି ଲୁଟେରା ପାଖରେ ପହଂଚିଲା ?

ଅଭିଯୁକ୍ତ ସୌମ୍ୟଙ୍କର ଗୋଟିଏ ଦୋକାନ ଅଛି । ସୌମ୍ୟ ଲୁଟ୍ ଦିନ ଯେଉଁ ଯୋତା ଓ ସାର୍ଟ ପିନ୍ଧିିଥିଲା ସେହି ଭଳି ଜୋତା ଓ ସାର୍ଟ ନିଜ ଦୋକାନରେ ସେ ବିକ୍ରି କରନ୍ତି । ଏହା ପୋଲିସ ପାଇଁ ଗୋଟିଏ ବଡ ସୁରାକ ହୋଇଥିଲା ।

ୟୁଟ୍ୟୁବରେ ଅନେକ ଭଲ ତଥ୍ୟ ରହିଛି । ୟୁଟ୍ୟୁବରୁ କେହି ବୋମା ଭିଡିବା ସିଖୁଛନ୍ତି ତ’ କିଏ ଲୁଟ୍ ତରିକା । ସୌମ୍ୟ ଲୁଟ୍ କରିବା ଶିଖି ବ୍ୟାଙ୍କକୁ ଟାର୍ଗେଟ୍ କରିଥିଲେ । ଏବେ ଜେଲରେ ନିଜ କର୍ମ ପାଇଁ ପଶ୍ଚତାପ କରିବେ  ।

Leave a Reply