ମା’ ଅଁଳେଇ ଦେବୀଙ୍କ ମନ୍ଦିରରୁ ଲୁଟେରା ଲୁଟିନେଲେ ସୁନାରୂପା ଗହଣା ସହ ଦାନବାକ୍ସରୁ ଟଙ୍କା

ଖୋର୍ଦ୍ଧା: ଖୋର୍ଦ୍ଧା ଆଦର୍ଶ ଥାନା ଉଇଲକିଶନନଗର ଗାଁର ମା’ ଅଁଳେଇ ଦେବୀଙ୍କ ମନ୍ଦିରରୁ ଲୁଟ୍। ଲୁଟେରାମାନେ ଦୁଇଟି ଦାନବାକ୍ସରୁ ସମସ୍ତ ଟଙ୍କାପଇସା ଲୁଟି ନେବା ସହ ମା’ଙ୍କର ସୁନାରୂପା ଗହଣା ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଥିବା ଅଭିଯୋଗ ହୋଇଛି। ମନ୍ଦିରର ମୁଖ୍ୟଦ୍ୱାର ସମେତ ଅନ୍ୟ ଏକ କୋଠରୀର ତାଲା ଭାଙ୍ଗି ଆଲମିରାରେ ଥିବା ଘଣ୍ଟ, ଘଣ୍ଟି, ପିତଳ ବାସନକୂସନ ଆଦି ଲୁଟିନେଇଛନ୍ତି ଦୁବୃର୍ତମାନେ।

ଏଥିସହ ମନ୍ଦିର ନିକଟରେ ଥିବା,ଏକ ଦୋକାନ ଘରର ଦୁଇଟି ତାଲା ଭାଙ୍ଗିବା ସହ ପାଣିପମ୍ପ ହାଉସର ଏକ ସାଇକେଲ ମଧ୍ୟ ଲୁଟ୍ ହୋଇଛି। ଆଜି ଭୋରରୁ ମନ୍ଦିର ପୂଜକ ପ୍ରଥମେ ଏସବୁ ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ପରେ ପୋଲିସ ପହଞ୍ଚି ସାଇଣ୍ଡିଫିକ୍‌ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଛି।

Leave a Reply