spot_img

Latest Posts

ଧରାପଡ଼ିଲେ ଡକାୟତ ଗ୍ୟାଙ୍ଗ୍

କେନ୍ଦୁଝର: ପୋଲିସ ହାତରେ ଧରାପଡ଼ିଲେ ୧୦ ଜଣିଆ ଡକାୟତ ଗ୍ଯାଙ୍ଗ। କେନ୍ଦୁଝର ଚମ୍ପୁଆ ପୋଲିସ ହାତରେ ଧରାପଡିଛନ୍ତି ଏହି ଡକାୟତ ଗ୍ୟାଙ୍ଗ ସଦସ୍ୟ। ଗତକାଲି ରାତିରେ ଚମ୍ପୁଆ ପାଞ୍ଚ ପୋଖରିଆ ନିକଟ ଜଙ୍ଗଲରେ ଡକାୟତି ଯୋଜନାବେଳେ ମାଡ଼ି ବସିଥିଲା ପୋଲିସ। ସେମାନଙ୍କ ଠାରୁ ଗୋଟିଏ ବୋଲେରୋ, ଦୁଇଟି ବନ୍ଧୁକ, ୨ ଅଫୁଟା ଗୁଳି, ୨ କଟୁରୀ, ୱିକେଟ, ଲଙ୍କାଗୁଣ୍ଡ ପ୍ୟାକେଟ ଓ ମଦ ବୋତଲ ଆଦି ଜବତ ହୋଇଛି। ଏମାନେ ଚମ୍ପୁଆ ଓ ଝୁମ୍ପରା ଅଞ୍ଚଳରେ ଥିବା ଏଟିଏମରୁ ଲୁଟ ପାଇଁ ଯୋଜନା କରୁଥିଲେ। ପୂର୍ବରୁ ଏମାନଙ୍କ ନାଁରେ ଅନେକ ଅପରାଧିକ ମାମଲା ରହିଥିବା ଚମ୍ପୁଆ ଏସଡିପିଓ ବିଜୟ ମଲ୍ଲିକ ସୂଚନା ଦେଇଛନ୍ତି।ଡକାୟତ ଗ୍ୟାଙ୍ଗର ସମସ୍ତ ସଦସ୍ୟ ଚମ୍ପୁଆ ଓ ଆଖ ପାଖ ଅଂଚଳର। ଗିରଫ ୧୦ ଜଣଙ୍କ ମଧ୍ୟରେ ୨ ନାବାଳକ ଅଭିଯୁକ୍ତ ରହିଛନ୍ତି । ଅଭିଯୁକ୍ତ ସିପୁନ ବାରିକ ଏହି ଗ୍ୟାଙ୍ଗର ମୁଖ୍ୟ  ବୋଲି ପୋଲିସ କହିଛି ।

Latest Posts

Don't Miss