ଗ୍ୟାସ କଟରରେ ATM କାଟି ଲୁଟିନେଲେ ୨୦ ଲକ୍ଷ

ବାଲେଶ୍ବର: ଏଟିଏମରୁ ୨୦ ଲକ୍ଷ ଲୁଟିନେଲେ ଲୁଟେରା । ବାଲେଶ୍ୱର ଜିଲ୍ଲା ଖଇରା ତୁଡ଼ିଗଡିଆ ବଜାର ଥିବା ଆକ୍ସିସ ବ୍ୟାଙ୍କରୁ ଲୁଟ ହୋଇଛି । ଗ୍ୟାସ କଟରରେ ଏଟିଏମ କାଟି ୨୦ ଲକ୍ଷ ଟଙ୍କା ଲୁଟିନେଇଛନ୍ତି ଲୁଟେରା ଗ୍ୟାଙ୍ଗ । ଲୁଟ ପରେ ଲୁଟେରା ମାନେ ଦୁଇଟି ବୋମା ଫୁଟାଇଥିବା ଜଣାପଡିଛି ।
ସ୍ଥାନୀୟଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ପହଁଚି ଛାନଭିନ ଆରମ୍ଭ କରିଛି । ଖଇରା ଅଂଚଳରେ ଦିନକୁ ଦିନ ଚୋରି ଡକାୟତ ବଢିବାରେ ଲାଗିଛି ଯାହାକୁ ସ୍ଥାନୀୟ ଲୋକ ମାନେ ଭୟଭୀତ ଥିବା କହିଛନ୍ତି ।