ପାର୍ବଣ ଆଗରୁ ମାତିଲେ ଲୁଟେରା: ଗନ ପଏଣ୍ଟରେ କରୁଛନ୍ତି ଟାର୍ଗେଟ
1 min read
ପାର୍ବଣ ଆଗରୁ ମାତିଲେ ଲୁଟେରା। କାହାକୁ ହାଣୁଛନ୍ତି ତ କାହୁକୁ ଗନ ପଏଣ୍ଟରେ କରୁଛନ୍ତି ଟାର୍ଗେଟ । ବାଲେଶ୍ବର ଜିଲ୍ଲା ଜଳେଶ୍ବରରେ ଲୁଟେରାଙ୍କ ଆତଙ୍କ । ୬୦ ନମ୍ବର ଜାତୀୟ ରାଜପଥ ଓ ଜଳେଶ୍ଵର ସହରର ବିଭିନ୍ନ ସ୍ଥାନରେ ଆକ୍ଟିଭ ଛିନତାଇ ଗ୍ୟାଙ୍ଗ। ୪ ଦିନରେ ୪ଟି ଲୁଟ୍ ଏବେ ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି। ଗତ ୭ ତାରିଖରେ ବାଣିଦା ଗ୍ରାମର ଅରୁଣ ମହାନ୍ତି ଲୁଟେରାଙ୍କ ହାବୁଡ଼ରେ ପଡ଼ିଥିଲେ । ଜାତୀୟ ରାଜପଥ ଜମାଳପୁର ନିକଟରେ ତାଙ୍କୁ କଟୁରିରେ ହାତଗୋଡ଼ ହାଣି ଲୁଟିଛନ୍ତି । ସେହିଭଳି ଗତ ୮ ତାରିଖରେ ରାଇବଣିଆ ଆରଆଇ ଶଶିକାନ୍ତ ସିଂ ତହସିଲ ଆସୁଥିବା ବେଳେ ଆକ୍ରମଣ ସହ ଲୁଟର ଶିକାର ହୋଇଛନ୍ତି । ସେହିପରି ଗତ ୯ ତାରିଖରେ ମେଡ଼ିସିନ ରିପ୍ରେଜେଣ୍ଟେଟିଭିଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ଲୁଟ୍ କରିଛନ୍ତି ଦୁର୍ବୃତ୍ତ। କେତେବେଳେ ସୁନା ଅଳଙ୍କାର ତ କେତେବେଳେ ବାଇକରେ ଆସି ଝାମ୍ପି ନେଉଛନ୍ତି ଟଙ୍କା।
୪ ଦିନରେ ୪ଟି ଲୁଟ ଘଟଣା ଜଳେଶ୍ବରବାସୀଙ୍କ ନିଦ ହଜାଇ ଦେଇଛି। ଚାରିଟି ଘଟଣାରେ ପୋଲିସର ହାତ ବି ଖାଲି । ପୋଲିସର ନିଷ୍କ୍ରିୟତା ଓ ପେଟ୍ରୋଲିଂ ଅଭାବକୁ ଦାୟୀ କରିଛନ୍ତି ଲୋକେ। ଏନେଇ ଜଳେଶ୍ଵର SDPOଙ୍କୁ ପଚାରିବାରୁ ପୋଲିସ ତଦନ୍ତ କରୁଛି ବୋଲି ଚିରାଚରିତ ଉତ୍ତର ରଖିଛନ୍ତି ।