ଗୃହ ସହାୟିକାଙ୍କ ସାହାଯ୍ୟରେ ଗ୍ୟାଙ୍ଗ ଲୁଟ୍

1 min read

ଘରେ ସହାୟିକା ରଖୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ ! କାରଣ ଆପଣଙ୍କ ସାଙ୍ଗରେ ବି ଏମିତି ଘଟଣା ଘଟିପାରେ । । ଗ୍ୟାଙ୍ଗ ଲୁଟର ପୂର୍ବ ପ୍ରସ୍ତୁତି କରି ଘରୁ କଳାକନା ବୁଲାଇ ଫେରାର ହୋଇଛନ୍ତି ଗୃହ ସହାୟିକା । ଦିଲ୍ଲୀ ଏନସିଆରରେ ମାତିଛନ୍ତି ଏହି ଗ୍ୟାଙ୍ଗ୍ ଲୁଟେରା । ଗୃହ ସହାୟିକାଙ୍କ ସାହାଯ୍ୟରେ କରୁଛନ୍ତି ଲୁଟ୍ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଅପରାଧ ପ୍ରବଣ ଅଞ୍ଚଳ ନୋଏଡ଼ାରେ ।

ଏହି ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ନୋଏଡ଼ା ପୋଲିସ । ଅନଲାଇଲରେ ଗୃହ ସହାୟିକା ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କ ଘରୁ ଚୋରି କରିଥାନ୍ତି ଏ ଲୁଟେରା ଗ୍ୟାଙ୍ଗ୍ । ସୂଚନାନୁସାରେ ଏ ଯାଏଁ ୧୨ରୁ ଅଧିକ ପରିବାରକୁ ଏହି ଗ୍ୟାଙ୍ଗ କଳାକନା ବୁଲେଇସାରିଛି । ଗ୍ୟାଙ୍ଗର ଜଣେ ସଦସ୍ୟକୁ ଗୈାତମ ବୁଦ୍ଧ ନଗରସ୍ଥିତ ସେକ୍ଟର-୨୪ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ଏହି ବ୍ୟକ୍ତି ଜଣକ ଦିନେଶ ବୋଲି ଜଣାପଡ଼ିଥିବା ବେଳେ ସେ ପଶ୍ଚିମବଙ୍ଗ ବାସିନ୍ଦା ବୋଲି ସୂଚନା ମିଳିଛି । କିନ୍ତୁ ବର୍ତ୍ତମାନ ସେ ଦିଲ୍ଲୀରେ ରହୁଛି ।

ନୋଏଡ଼ାର ଆଡିସନାଲ ଡିସିପି ରଣବିଜୟ ସିଂଙ୍କ ସୂଚନାନୁସାରେ ଏହି ଗ୍ୟାଙ୍ଗ୍ ବିହାର ଓ ପଶ୍ଚିମବଙ୍ଗରୁ ମହିଳାଙ୍କୁ ଆଣି ଦିଲ୍ଲୀରେ ବିଭିନ୍ନ ସୋସାଇଟିରେ ଗୃହ ସହାୟିକା ଭାବେ ନିୟୋଜିତ କରିଥାଏ । ଅନଲାଇନ ବିଜ୍ଞାପନ ଦେଇ ହ୍ୱାଟସପରେ କଥାବାର୍ତ୍ତା ପରେ ବଡ଼ ବଡ଼ ସୋସାଇଟିରେ ଗୃହ ସହାୟିକାଙ୍କୁ ନିୟୋଜିତ କରେ । ଏହା ପରେ ସମୟର ସୁଯୋଗ ନେଇ ଏହି ଦଳ ଘରେ ଗ୍ୟାଙ୍ଗ୍ ଲୁଟ୍ କରିଥାନ୍ତି । ଏହି ଗ୍ୟାଙ୍ଗ ସହିତ ଜଡ଼ିତ ଅନ୍ୟ ସଦସ୍ୟଙ୍କୁ ପୋଲିସ ଖୋଜିବାରେ ଲାଗିପଡ଼ଛି ।

 

 

Leave a Reply