ଚଳନ୍ତାଗାଡ଼ିରୁ ମୋବାଇଲ ଝାମ୍ପିଲା ବେଳେ ଖସି ପଡ଼ିଲେ ଦୁଇ ଲୁଟେରା

ଭୁବନେଶ୍ୱର: ରାଜଧାନୀରେ ଫେଲ୍ ମାରିଲା ଲୁଟେରାଙ୍କ ପ୍ଲାନ୍ ।  ଚଳନ୍ତା ବାଇକରୁ ମୋବାଇଲ ଝାମ୍ପି ଖସି ପଡିଲେ ଦୁଇ ଲୁଟେରା । ଫିଲ୍ମ ଷ୍ଟାଇଲରେ ଲୁଟେରାକୁ ଜବାବ୍ ଦେଲେ ଯୁବତୀ । ଶନିବାର ରାତି ପ୍ରାୟ ସାଢ଼େ ୮ଟା ବେଳେ ଯୁବତୀ ଜଣଙ୍କ ବୁଲେଟରେ ନିଜ ଘରକୁ ଫେରୁଥିଲେ । ଡୁମୁଡୁମା ନଗର ଅଟୋଷ୍ଟାଣ୍ଡ ପାଖରେ ଦୁଇ ଜଣ ଲୁଟେରା ତାଙ୍କ ମୋବାଇଲ ଫୋନ୍ ଝାମ୍ପିନେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଫୋନକୁ ସହଜରେ ଛାଡ଼ି ନ ଥିଲେ ଯୁବତୀ ।

ଚଳନ୍ତା ବୁଲେଟ୍‌ରେ ସେ ଲୁଟେରାଙ୍କୁ ପ୍ରତିରୋଧ କରି ଚାଲିଥିଲେ। କିଛି ବାଟ ଯିବା ପରେ ସମସ୍ତେ ଗାଡ଼ିରୁ ତଳେ ପଡ଼ି ଯାଇଥିଲେ। ଲୁଟେରା ଓ ଯୁବତୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।  ଯୁବତୀ ଜଣଙ୍କ ଲୁଟେରାଙ୍କ ହାତରୁ ମୋବାଇଲ ଫୋନ୍ ଛଡ଼ାଇ ଆଣିବା ସହ ଜଣେ ଲୁଟେରାଙ୍କୁ ମଧ୍ୟ ମାଡ଼ି ବସିଥିଲେ । ତେବେ ଘଟଣାକୁ ଦେଖି ସ୍ଥାନୀୟ ଲୋକ ଅନ୍ୟ ଜଣେ ଲୁଟେରାକୁ କାବୁ କରି ନେଇଥିଲେ ।

ଲୁଟେରା ଦ୍ୱୟଙ୍କୁ ପ୍ରବଳ ଛେଚି ଥିଲେ ସ୍ଥାନୀୟ ଲୋକେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପୋଲିସ ଲୁଟେରା ଦ୍ୱୟଙ୍କୁ ହେପାଜତକୁ ନେଇଥିବାବେଳେ ସେମାନଙ୍କୁ ମଧ୍ୟ ଚିକିତ୍ସା ପାଇଁ ହସ୍‌ପିଟାଲ୍‌ରେ ଭର୍ତ୍ତି କରିଛି । ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ତଥ୍ୟକୁ ଆଧାର କରି ପୋଲିସ ଅଧିକ ଖୋଳତାଡ଼ ଜାରି ରଖିଛି। ସେପଟେ ଯୁବତୀଙ୍କ ସାହସିକତାକୁ ପ୍ରଶଂସା କରିଥିଲେ, ଯୁବତୀ ଜଣକ ଏକ ମଲରେ ଚାକିରି କରୁଥିବା ଜଣାପଡ଼ିଛି ।

Leave a Reply