ମାଉସୀ ମା’ ମନ୍ଦିରରୁ ଚୋରି, ରୂପା ଅଳଙ୍କାର ସହ ୩୦ ହଜାର ଟଙ୍କା ଲୁଟ୍

ପୁରୀ: ମାଉସୀ ମା’ ମନ୍ଦିରରୁ ଚୋରି । ପୁରୀରେ ଦୁର୍ବୁର୍ତ୍ତଙ୍କ ଟାର୍ଗେଟରେ ଛୋଟ ବଡ଼ ମନ୍ଦିର । କିଛିଦିନ ତଳେ ରାମଚଣ୍ଡୀଙ୍କ ମନ୍ଦିରରୁ ଚୋରି ପରେ ଆଜି ବଡଦାଣ୍ଡର ବଳଗଣ୍ଡି ନିକଟରେ ଥିବା ମାଉସୀମା ମନ୍ଦିରରୁ ହୋଇଛି ଚୋରି । ମୁଖ୍ୟ ପ୍ରବେଶ ଦ୍ୱାର ଲୁହା ଗେଟର ତାଲା କାଟି ପଶିଛନ୍ତି ଲୁଟେରା । ପୁଣି ଭିତରେ ୩ଟି ତାଲା କାଟି ମୁଖ୍ୟ ମନ୍ଦିରରେ ପ୍ରବେଶ କରିଛନ୍ତି ।
ମନ୍ଦିରର ହୁଣ୍ଡି ଭାଙ୍ଗି ପ୍ରାୟ ୩୦ ହଜାର ଟଙ୍କା ଲୁଟ ହୋଇଥିବା ଆଶଙ୍କା କରାଯାଇଛି । ସେପଟେ ଭିତର ଆଲମିରା ଭାଙ୍ଗି ମା’ଙ୍କ ରୂପା ଅଳଙ୍କାର ଓ ଦାତା ଦେଇଥିବା ଶାଢ଼ୀ ସବୁ ଚୋରି ହୋଇ ଯାଇଛି । କୁମ୍ଭାରପଡା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।