ନୟାଗଡ଼ରେ ଦିନ ଦ୍ୱିପହରରେ ମାତିଲେ ଲୁଟେରା, ଲୁଟିନେଲେ ୨୦ ଲକ୍ଷର ସୁନା
1 min read
ନୟାଗଡ଼: ନୟାଗଡ଼ରେ ଦିନ ଦ୍ୱିପହରରେ ମାତିଲେ ଲୁଟେରା । ନୟାଗଡ଼ ସ୍ଥିତ ଶ୍ରୀରାମ ନଗରରୁ ଲୁଟିନେଲେ ୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ନଗଦ ୫୦ ହଜାର ଟଙ୍କା l ଶ୍ରୀରାମ ନଗର ବାସିନ୍ଦା ସୁଦାମ ଚରଣ ଜେନା ଏବଂ ତାଙ୍କ ପରିବାର ଲୋକେ ଘର ବାହାରକୁ ଯାଇଥିଲେ l ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୁତ୍ତ ଘରେ କଳାକନା ବୁଲାଇ ଦେଇଛି । ରୋଷେଇ ଘର ଝରକା ଗ୍ରୀଲ୍ ତାଡ଼ି ଘରେ ପଶିଥିଲେ ଲୁଟେରା । ଆଲମିରା ସମେତ ବିଭିନ୍ନ ସ୍ଥାନରେ ଥିବା ଅଳଙ୍କାର ଚୋରି କରି ନେଇଛନ୍ତି l ଏନେଇ ନୟାଗଡ଼ ସଦର ଥାନାରେ ଅଭିଯୋଗ କରିଛନ୍ତି ସୁଦାମ l ଅଭିଯୋଗ ପରେ ଘଟଣାସ୍ଥଳରେ ଛାନଭିନ୍ ଆରମ୍ଭ କରିଛି ପୋଲିସ l