କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଦାମୀ ଜିନିଷ ଲୁଟିନେଲେ ଦୁର୍ବୁତ୍ତ
ବାଲିପାଟଣା: ଭୁବନେଶ୍ୱର ଉପକଣ୍ଠ ପୂରଣପ୍ରଧାନ ପଞ୍ଚାୟତସ୍ଥିତ ମଞ୍ଜରୀ ଦେବି ନର୍ସିଂ କଲେଜ ହଷ୍ଟେଲରୁ ଚୋରି । କଳାକନା ବୁଲାଇଲେ ଦୁର୍ବୁତ । ହଷ୍ଟେଲ ଭିତରୁ ଛାତ୍ରୀଙ୍କ ମୂଲ୍ୟବାନ ଜିନିଷ ଳୁଟିନେଲେ । ସୂଚନା ଅନୁସାରେ ଦୁର୍ବୁତ୍ତ ମାନେ ତାଲା ଭାଙ୍ଗି ପ୍ରାୟ 50ଟି ରୁମରୁ ଛାତ୍ରୀ ମାନଙ୍କର ବିଭିନ୍ନ ଦାମୀ ଜିନିଷ ଚୋରି କରିଛନ୍ତି । ତେବେ ଏନେଇ କଲେଜ ସମ୍ପାଦକ ଶରତ ଚନ୍ଦ୍ର ବିଶ୍ୱାଳ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ସେପଟେ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ଲୁଟେରାଙ୍କର କୌଣସି ଟେର ପାଇନାହିଁ । ସୂଚନା ଥାଉକି ଏହି କଲେଜରେ ନୀଳାଚଳ କୋଭିଡ କେୟାର ସେଣ୍ଟର ଚାଲିଥିଲା । ଗତ 10ତାରିଖ ଦିନ ଏହି କେୟାର ସେଣ୍ଟର ବନ୍ଦ ହୋଇଥିବାରୁ ଗତକାଲି ଏହାକୁ ସାନିଟାଈଜ କରିବାକୁ ଆସିଥିବା କର୍ମଚାରୀ ମାନେ ତାଲା ଭଙ୍ଗାଯାଇଥିବା ନେଇ ପ୍ରଥମେ ଦେଖିବାକୁ ପାଇଥିଲେ । ପରେ ଏନେଇ କତୃପକ୍ଷଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ ।