ବ୍ୟାଙ୍କରେ ଟଙ୍କା ଡିପୋଜିଟ ପାଇଁ ଆସିବା ସମୟରେ ଝାମ୍ପିନେଲେ ଦୁର୍ବୃତ୍ତ, ବ୍ୟାଗରେ ଥିଲା ଏତିକି ଟଙ୍କା

କେନ୍ଦୁଝର: ଲକଡାଉନରେ ମାତିଛନ୍ତି କଳା ପଲସର ଲୁଟେରା । କରୋନା କାଳାରେ ବଡ଼ିଛି ଲୁଟେରାଙ୍କର ପ୍ରାଦୁର୍ଭାବ । ବ୍ୟାଙ୍କ ସାମ୍ନାରୁ ବ୍ୟବସାୟୀଙ୍କ ଠାରୁ ଝାମ୍ପିନେଲେ ଟଙ୍କା । କେନ୍ଦୁଝର ଜିଲ୍ଲା ଟାଉନ ଥାନା ଡି ସି ବି ବ୍ୟାଙ୍କ ସମ୍ମୁଖରୁ ୨ ଲକ୍ଷ ୩୦ ହଜାର ଟଙ୍କା ଲୁଟର ଅଭିଯୋଗ ହୋଇଛି । ଜଣେ ବ୍ୟବସାୟୀ ବ୍ୟାଙ୍କରେ ଟଙ୍କା ଡିପୋଜିଟ କରିବାକୁ ଆସିଥିବା ବେଳେ କାର ରୁ ଲୁଟ ହୋଇଥିବା ଅଭିଯୋଗ । ଅଭିଯୋଗ ପରେ ପୋଲିସ ତାର ତଦନ୍ତକୁ ଯୋରଦାର କରିଛି ।

ସହର ମଧ୍ୟରେ ବିଭିନ୍ନ ସ୍ତଥାନକୁ ସିଲ କରାଯାଇ ତଦନ୍ତ ଚଳାଇଛି ପୋଲିସ ।  ସୂଚନା ଅନୁଯାୟୀ, ଯଯାତି ବେହେରା ନାମକ ଜଣେ ବ୍ୟବସାୟୀ ୧୦ ଲକ୍ଷ ଟଙ୍କା ଧରି ଏକ କାର ରେ  ଡ଼ି ସି ବି ବ୍ୟାଙ୍କକୁ ଆସିଥିଲେ  । ତେବେ ୨ ଲକ୍ଷ ୩୦ ହଜାର ଟଙ୍କା କାର ରେ ନିଜ ଭାଇ ପାଖରେ ଛାଡି ଅବଶିଷ୍ଟ ଟଙ୍କା ଡିପୋଜିଟ କରିବାକୁ ଯାଇଥିଲେ । ସେହି ସମୟରେ  ଏକ କଳା ପଲସର ଗାଡିରେ ୩ ଜଣ ଦୁର୍ବୃତ୍ତ ଆସି କାରରେ ଥିବା ଯଯାତିଙ୍କ ଭାଇଙ୍କ ସହ କଥା ହେବା ବେଳେ ଜଣେ କାରରୁ ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ । ଏ ନେଇ ଟାଉନ ପୋଲିସ ନିକଟରେ ଅଭିଯୋଗ ପରେ ପୋଲିସ ବିଭିନ୍ନ ରାସ୍ତାକୁ ସିଲ କରି ତଦନ୍ତ ଆରମ୍ଭ କରିଛି ।

Leave a Reply