୬ ମାସରେ ୧୪ଟି ଲୁଟ୍‌ ଓ ଡକାୟତି

କେନ୍ଦୁଝର: ଟାଉନ୍‌ ଥାନା ହୁଡ଼କୋ କଲୋନୀରୁ  ଲୁଟ୍‌ । କବାଟ ତାଡ଼ି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଲେ ଦୁର୍ବୃତ୍ତ । ସ୍ଥାନୀୟ ବାସିନ୍ଦା ନିରଞ୍ଜନ ସାହୁଙ୍କ ଘରୁ ଏହି ଲୁଟି ହୋଇଛି । କୈାଣସି କାମ ପାଇଁ ନିରଞ୍ଜନଙ୍କ ପରିବାର ଲୋକେ ବାଙ୍ଗାଲୋର ଯାଇଥିଲେ ।

ଗତକାଲି ଘରକୁ ଫେରିବା ପରେ ଘରର ମୁଖ୍ୟ କବାଟ ତାଡ଼ି ଦେଇଥିବା ଦେଖିବାକୁ ପାଇଥିଲେ । ଏହାସହ ଲୁଟେରା ଘରର ଆଲମାରୀ ଭାଙ୍ଗି ନଗଦ ଟଙ୍କା ସହ ସୁନା ଗହଣା ଲୁଟି ନେଇଛନ୍ତି । ପରିବାର ପକ୍ଷରୁ ଟାଉନ ପୋଲିସରେ ଅଭିଯୋଗ କରାଯାଇଛି । ଗତ ୬ମାସ ଭିତରେ ଟାଉନ ଥାନା ଅଞ୍ଚଳରେ ୧୪ଟି ଲୁଟ୍‌ ଓ ଡକାୟତି ହୋଇଛି । କିନ୍ତୁ ଅପରାଧ ନିୟନ୍ତ୍ରଣ ତଥା ଅପରାଧୀଙ୍କୁ ଧରିବାରେ ଫେଲ୍‌ ମାରୁଛି ପୋଲିସ । ତେଣୁ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି ।

Leave a Reply