ଝାରପଡ଼ାରେ ଜଘନ୍ୟ ଲୁଟ୍, ମୁହଁରେ କପଡ଼ା ବାନ୍ଧି ଛଡ଼ାଇନେଲେ ଅଳଙ୍କାର

ଭୁବନେଶ୍ୱର: ଦିନ ଦ୍ୱିପ୍ରହରରେ ମହିଳାଙ୍କ ଘରେ ପଶି ଲୁଟ । ମହିଳାଙ୍କୁ ଆକ୍ରମଣ କରିବା ସହ ଗହଣା ଲୁଟ କରିନେଲା ଦୃର୍ବୁତ । ରାଜଧାନୀ ଝାରପଡ଼ାରେ ଘଟିଛି ଜଘନ୍ୟ ଲୁଟ । ସୂଚନା ମୁତାବକ ଲୁଟେରା ମହିଳାଙ୍କ ଘରେ ପ୍ରବେଶ କରିବା ସହ ଉକ୍ତ ମହିଳାଙ୍କୁ ମୁହଁରେ କପଡା ବାନ୍ଧି ଦେଇଥିଲେ । ଯେପରିକି ସେ ଚିତ୍କାର କରିପାରିବେ ନାହିଁ କିମ୍ବା କାହାକୁ ଡାକି ପାରିବେ ନାହିଁ ।
ଏହାର ସୁଯୋଗ ନେଇ ସୁନାଚେନ, ମଙ୍ଗଳସୁତ୍ର ଓ ମୋବାଇଲ ଲୁଟ କରିଥିବା ଅଭିଯୋଗ ହୋଇଛି । ଲୁଟର ଶିକାର ହେଲେ ମହିଳା ହେଲେ ଗୀତାଞ୍ଜଳୀ ପାଲଟା ସିଂ । ତାଙ୍କ ମୁଣ୍ଡ, ହାତ ଓ ଗୋଡ଼ରେ ଆଘାତ ଲାଗିଥିବା ବେଳେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଅଭିଯୋଗ ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଁଚି ତନାଘନା ଚଳାଇଛି ।