ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର,ଟଙ୍କା ଛଡେଇନେଲେ ୪ ଦୁର୍ବୃତ୍ତ

1 min read

ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର,ଟଙ୍କା ଛଡେଇନେଲେ ୪ ଦୁର୍ବୃତ୍ତ । ଜୟଶୋଳ -ବସନ୍ତପୁର ମଝିରେ ଘଟିଛି ଏଭଳି ଘଟଣା । କଟକ ମେଡିକାଲରୁ ନିଜ ଘର ବାଲିକୁଦାକୁ ଅଧ୍ୟାପକ ଓ ତାଙ୍କ ପରିବାର ଫେରୁଥିବା ବେଳେ ୪ ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ସୁନା ସହ ଟଙ୍କା ଛଡ଼େଇ ନେଇଥିଲେ । ଏହାପରେ ଜଗତସିଂହପୁର ଥାନାରେ ଅଭିଯୋଗ କରିଛନ୍ତି ଅଧ୍ୟାପକ । ବିରିଡି ଥାନାରେ ୨ ଜଣଙ୍କୁ ଅଟକ କରାଯାଇଥିବା ବେଳେ ଆପାଚି ଗାଡି ଜବତ ହୋଇଛି । ଏମାନେ କଟକ ଏବଂ ଓଏମପି ଅଂଚଳରେ ଅଧିକାଂଶ ସମୟରେ ରାହାଜାନୀ କରିଥାନ୍ତି ବୋଲି ପ୍ରାଥମିକ ତଦନ୍ତରୁ ପ୍ରକାଶ ପାଇଛି । ')}

Leave a Reply