ମହିଳା ଡାକ୍ତରଙ୍କୁ ଛୁରୀ ଦେଖାଇ ମୋବାଇଲ୍ ଓ ଟଙ୍କା ଲୁଟ୍

1 min read

ଭୁବନେଶ୍ୱର: ଭୁବନେଶ୍ୱରରେ କରୋନା ଯୋଦ୍ଧା ଅସୁରକ୍ଷିତ । ମହିଳା ଡାକ୍ତରଙ୍କଠାରୁ ଲୁଟ । ଦୁର୍ବୃତ୍ତ ମାରଣାସ୍ତ୍ର ଦେଖାଇ ଟଙ୍କା ଓ ମୋବାଇଲ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଲୁଟର ଶିକାର ହୋଇଛନ୍ତି ମହିଳା ଡାକ୍ତର ସୀମା ହାଁସଦା । ଗତ ୨୮ ତାରିଖରେ ରାତି ୮ଟା ସମୟରେ ଘରକୁ ଫେରୁଥିବା ବେଳେ ଶାସ୍ତ୍ରୀନଗରରେଠାରେ କିଛି ଦୁର୍ବୃତ୍ତ ମାରଣାସ୍ତ୍ର ଦେଖାଇ ଲୁଟ୍ କରିଥିଲେ ।

ଟ୍ରାଫିକ ଚେକ୍‌ ପଏଣ୍ଟରେ କାର୍ଯ୍ୟରତ ଟ୍ରାଫିକ ପୋଲିସକୁ ଜଣାଇଥିଲେ ଡାକ୍ତର । ସଂପୃକ୍ତ ଟ୍ରାଫିକ ପୋଲିସ କର୍ମଚାରୀ ଜଣଙ୍କ ସ୍ଥାନୀୟ ଥାନାରେ ଅଭିଯୋଗ କରିବାକୁ କହିଥିଲେ । ଏନେଇ ଟ୍ୱିଟ୍‌ କରି କମିଶନରେଟ ପୋଲିସକୁ ଜଣାଇଥିଲେ ଡାକ୍ତର । ସେ ଲେଖିଛନ୍ତି, ଡ୍ୟୁଟିକୁ ଯିବା ବେଳେ ମୁଁ ସୁରକ୍ଷିତ ମଣୁନାହିଁ । ମୁଁ ଭୁବନେଶ୍ୱରରେ ସୁରକ୍ଷିତ କି ? କେବେ ମୋର ଲୁଟ ଜନିଷ ମିଳିବ ? କାହା ଉପରେ ଭରସା କରି ଡ୍ୟୁଟି କରିବାକୁ ଯିବି ବୋଲି ଡାକ୍ତର ସୀମା ହାଁସଦା ପ୍ରଶ୍ନ କରିଛନ୍ତି ।

ମାଳମାଳ ସିସିଟିଭି ଲଗାଇ ଭୁବନେଶ୍ୱର ନିରାପଦ ବୋଲି କହିବା ଲୋକ ଦେଖାଣିଆ କାମ ବୋଲି ସେ କହିଛନ୍ତି । ଏ ମାମଲାର ତଦନ୍ତ ଜୋନ-୧ ଏସିପିଙ୍କୁ ଦିଆଯାଇଥିବା କମିଶନରେଟ ପୋଲିସ ପକ୍ଷରୁ ଡାକ୍ତର ସୀମା ହାଁସଦାଙ୍କ ଟ୍ୱିଟକୁ ରି-ଟ୍ୱିଟ କରି ସୂଚନା ଦେଇଛନ୍ତି । ସେହିପରି ଦୁଇ ଦିନ ତଳେ ଆଉ ଜଣେ ମହିଳା ଡାକ୍ତର ଦୁଇ ପିଲାଙ୍କ ସହ ହାଇଦ୍ରାବାଦରୁ ଫେରୁଥିବା ବେଳେ ଭଉବନେଶ୍ୱର ଉପକଣ୍ଠ ଗଣ୍ଡରପୁରରେ ତାଙ୍କୁ ପୂରାଇ ଦିଆଯାଇ ନଥିଲା ବୋଲି ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଥିଲା । ସେହିଭଳି ପୂର୍ବରୁ ନୟାପଲ୍ଲୀରେ ଜଣେ ଡାକ୍ତରଙ୍କୁ ଛାଡ଼ିବାକୁ ଗଲା ବେଳେ ପୋଲିସ ରାସ୍ତାରେ ପାସ୍‌ ମାଗି ଅଟକାଇବା ଘଟଣା ସାମ୍ନକୁ ଆସିଥିଲା । ଏସବୁ ଘଟଣା ନେଇ ରାଜଧାନୀରେ ଅସନ୍ତୋଷ ପ୍ରକାଶ ପାଇଛି ।

Leave a Reply