ସୁନା ବ୍ୟବସାୟୀଙ୍କୁ ଗୁଳି କରି ଲୁଟିନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର

କଟକ: ସୁନା ବ୍ୟବସାୟୀଙ୍କୁ ଗୁଳି କରି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର । ଗୁଡିମାଡରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁଳିମାଡର ଶିକାର ହୋଇଥିବା ସୁନା ବ୍ୟବସାୟୀ ହେଲେ ଦେବେନ୍ଦ୍ର ମହାରଣା । ତାଙ୍କୁ ଦୁର୍ବୃତ୍ତ ତିନି ରାଉଣ୍ଡ ଗୁଳି ଚାଳଣ କରିଥିବା ସୂଚନା ରହିଛି । ଘଟଣା ସ୍ଥଳରେ ଚୌଦ୍ବାର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଆହତଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଛି ।

ଘଟଣା ସ୍ଥଳରେ କଟକ ଡିସିପି ପହଞ୍ଚି ତଦନ୍ତ ଜାରି କରିବା ସହ ଅଭିଯୁକ୍ତ ମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି । ଦୁର୍ବୃତ୍ତ ମାନଙ୍କ ନିର୍ଦ୍ଧିଷ୍ଟ ଗ୍ୟାଙ୍ଗ ରହିଛି କି ନାହଁି ତାର କାରଣ ଖୋଜୁଛି ପୋଲିସ  । କେବଳ ଉକ୍ତ ସ୍ଥାନ ନା ଅନ୍ୟ କେଉଁଠି ଏମାନଙ୍କ ନାମରେ ରହିଛି ମାମଲା ତାର ସନ୍ଧାନ ଚଳାଇଛି ପୋଲିସ  ।

Leave a Reply