ବନ୍ଧୁକ ଦେଖାଇ ଲୁଟିନେଲେ ୪୦ ହଜାର

ମୟୁରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାରେ ବନ୍ଧୁକ ଦେଖାଇ ଲୁଟ ହୋଇଥିବା ଅଭିଯୋଗ । ଜିଲ୍ଲାର ବୈଶିଙ୍ଗା ଥାନା ମାଣତ୍ରୀଠାରେ ଥିବା ଇଣ୍ଡିଆନ୍ ଅଏଲ ପେଟ୍ରୋଲ ପମ୍ପରେ ବନ୍ଧୁକ ଦେଖାଇ ଲୁଟ ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଦୁଇଜଣ ଅଚିହ୍ନା ଯୁବକ ମୁହଁରେ କପଡ଼ ବାନ୍ଧି ପେଟ୍ରୋଲ ପମ୍ପ ଅଫିସ ଭିତରକୁ ପଶିଥିେଲ ଓ ରାତି ଡ୍ୟିଟିରେ ଥିବା କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟବୀତ କରିଥିଲେ । ଏବଂ ସେମାନଙ୍କଠୁ ପ୍ରାୟ ୪୦ ହଜାରରୁ ଅଧିକ ଟଙ୍କା ଲୁଟି ନେଇଥିବା ବୈଶିଙ୍ଗା ଥାନାରେ ଅଭିଯୋଗ ହୋଇଛି। ଵୈଶିଙ୍ଗା ପୋଲିସ ଘଟଣାର ସିସିଟିଭି ଫୁଟେଜ ଜବତ କରି ତଦନ୍ତ ଆରମ୍ଭ କରିଛି।