ଆଜିବି ୨ ହଜାର ଟଙ୍କା ନୋଟ ବଦଳାଇବାକୁ RBI ସମ୍ମୁଖରେ ଭିଡ

1 min read

ଭୁବନେଶ୍ବର: ଆଜି ବି ଆରବିଆଇ ଆଗରେ ଦଲାଲଙ୍କ ପ୍ରବଳ ଭିଡ଼ । ପକେଟରେ ପୁଳା ପୁଳା ୨ ହଜାର ଟଙ୍କିଆ ନୋଟ୍‌ । ୨ ହଜାର ଟଙ୍କା ନୋଟ ବଦଳାଇବାକୁ RBI ସମ୍ମୁଖରେ ଭିଡ ଲାଗିଛି । ୨୦ ହଜାର ଟଙ୍କା ବଦଳ କଲେ ୩୦୦ ଟଙ୍କା କମିଶନ ପାଉଛନ୍ତି ଦଲାଲ । ତେବେ କାହାର ଏ ଟଙ୍କା, କିଏ ସେମାନଙ୍କୁ ଟଙ୍କା ଦେଇ ଲାଇନରେ ଠିଆ କରିଛି ତାର ତନାଘନା କରାଯାଉଛି ।

ପୂର୍ବରୁ ଇଡ଼ି ଓ ଇଓଡବ୍ଲୁ ଆରବିଆଇ ସମ୍ମୁଖରେ ପହଞ୍ଚି ତନାଘନା କରିଛନ୍ତି । ଟଙ୍କା ବଦଳ କରୁଥିବା ଲୋକଙ୍କ ତଥ୍ୟ ନେଇଛି EOW ଓ ED । କିଏ କେତେଥର ଟଙ୍କା ବଦଳ କରିଛନ୍ତି ତାର ତଥ୍ୟ ନେଇଛି ତଦନ୍ତକାରୀ ଟିମ୍ । ଆରବିଆଇ ତଥ୍ୟ ସହ ଗତ ୫ ଦିନର ସିସିଟିଭି ଫୁଟେଜ୍ ଇଡି ଓ ଇଓଡବ୍ଲୁକୁ ପ୍ରଦାନ କରିଛି ।