ବାସୁଦେବପୁର: ଟିକା ପାଇଁ ରାତି ୨ରୁ ଲମ୍ବା ଲାଇନ, ବରିଷ୍ଠ ନାଗରିକ ମଧ୍ୟ ଧାଡ଼ିରେ

ଭଦ୍ରକ: ବାସୁଦେବପୁରରେ ଟିକା ପାଇଁ ରାତି ୨ରୁ ଲାଇନ୍ । ଟୀକା ପାଇଁ ୧୦ ରୁ ୧୫ କିଲୋମିଟର ଦୂରତାରୁ ଆସି ରାତିରୁ ଅପେକ୍ଷା କରି ବସିଛନ୍ତି ଲୋକ । ବରିଷ୍ଠ ନାଗରିକ ମଧ୍ୟ ଧାଡିରେ । ଦୀର୍ଘ ସମୟର ବ୍ୟବଧାନ ଠିଆ ହେବା କଷ୍ଟକର ହୋଇପଡୁଛି । କିଏ ଚେୟାର ପକାଇ ବସୁଛି ପୁଣି କିଏ ରାଜରାସ୍ତା ପ୍ରଶସ୍ତ ଚଟାଣ ଉପରେ ବସିପଡୁଛନ୍ତି । କିଏ ମାନୁଛି କୋଭିଡ ନିୟମ , ତ କାହା ମୁହାରେ ନାହିଁ ମାସ୍କ, ସାମାଜିକ ଦୂରତା ଭୂଲିଯାଇଛନ୍ତି କେହି କେହି । ଏ ହେଉଛି ଭଦ୍ରକ ଜିଲ୍ଲାର ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଦୃଶ୍ୟ ।

ଶହ ଶହ ମହିଳା ପୁରୁଷ ଟିକା ପାଇଁ ଲଗାଇଛନ୍ତି ଲମ୍ବା ଲାଇନ୍ । ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟର ହେଉଛି ଟୋକନ ବ୍ୟବସ୍ଥା । ଦାୟିତ୍ବରେ ରହି ନିରିକ୍ଷଣ କରୁଛନ୍ତି ବିଡିଓ ପ୍ରଣବ କୁମାର ବେହେରା, ତହସିଲଦାର ସୌମ୍ୟଶ୍ରୀ ପାଣିଗାହୀ ଓ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଲଗ୍ନଜିତ ବେହେରା । ପୋଲିସ ଜଗି ବସିଛନ୍ତି । ଟୋକନ ପାଇ ପୁନଶ୍ଚ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଲାଇନ ଲଗାଇବା ଯୋଗୁଁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଲାଇନରେ ମହିଳାମାନେ ।

Leave a Reply