୨୦୦୦ ଟଙ୍କା ବଦଳାଇବା ପାଇଁ ସପ୍ତାହେ ପରେ ବି ବ୍ୟାଙ୍କ ଆଗରେ ଲମ୍ବା ଲାଇନ୍

1 min read

ଭୁବନେଶ୍ୱର : ଆଜି ବି ଦୁଇ ହଜାର ଟଙ୍କିଆ ନୋଟ ବଦଳାଇବାକୁ ଆରବିଆଇ ସମ୍ମୁଖରେ ଲାଗିଛି ଲୋକଙ୍କ ଭିଡ଼ । ସପ୍ତାହେରୁ ଅଧିକ ଦିନ ହେଲାଣି ରିଜର୍ଭ ବ୍ୟାଙ୍କ ଆଗରେ ଲମ୍ବା ଲାଇନ୍ ଲାଗିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଲୋକ ସକାଳୁ ଆସି ଭିଡ଼ ଜମାଇଛନ୍ତି । ଏତେ ପରିମାଣର ଦୁଇ ହଜାର ଟଙ୍କିଆ ନୋଟ କେଉଁଠୁ ଆସୁଛି, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଧାଡିରେ ଛିଡା ହୋଇଥିବା ଅଧିକାଂଶ ଲୋକ ୩ ଶହ ଟଙ୍କା କମିଶନ ପାଇଁ ଦଲାଲଙ୍କ ଠାରୁ ଟଙ୍କା ଆଣି ବଦଳାଉଥିବା ଜଣାପଡ଼ିଛି । ହଠାତ ଏତେ ପରିମାଣର ଦୁଇ ହଜାର ଟଙ୍କା କେଉଁଠୁ ଆସିଲା ତାର ଉତ୍ତର ଖୋଜୁଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ, ଇଡି ଓ ଆଇଟି ବିଭାଗ । ଏଥିପାଇଁ RBI ଠାରୁ ଗତ ସପ୍ତାହର ତଥ୍ୟ ସହ CCTV ଫୁଟେଜ୍ ନେଇଛି ତଦନ୍ତକାରୀ ସଂସ୍ଥା । ଯେଉଁମାନେ ବାରମ୍ବାର ଟଙ୍କା ବଦଳାଉଛନ୍ତି, ସଂପୂର୍ଣ୍ଣ ତଥ୍ୟ ନିଆଯାଇ ସେମାନକୁ ନୋଟିସ କରାଯିବ । Reserve Bank of India (RBI) | Odisha: Lens on note-exchange queues in front  of Reserve Bank of India - Telegraph India

EOW ଓ ED ତଥ୍ୟ ଅନୁସାରେ, ଯେଉଁମାନେ ବାରମ୍ବାର ଟଙ୍କା ବଦଳାଉଛନ୍ତି ସେମାନଙ୍କ ତଥ୍ୟ ନେବା ପରେ ଆକାଉଣ୍ଟ ଯାଞ୍ଚ କରାଯିବ । ଯଦି ସେମାନଙ୍କ କୌଣସି ଟଙ୍କା ସମ୍ବନ୍ଧରେ ତଥ୍ୟ ନଥାଏ, ତେବେ ନୋଟିସ କରି ପଚରାଉଚରା କରିବ ଦୁଇ ତଦନ୍ତକାରୀ ଟିମ । ଏଠି ପ୍ରଶ୍ନ, କେଉଁଠୁ ଆସୁଛି ପୁଳା ପୁଳା ଦୁଇ ହଜାର ଟଙ୍କିଆ ନୋଟ ? ଗରିବଙ୍କ ହାତରେ କିଏ ଧରାଉଛି ଗୋଲାପୀ ଟଙ୍କା ? ବଜାରରେ ଆଉ କେତେ ଦୁଇ ହଜାର ଟଙ୍କିଆ ନୋଟ ଅଛି । ଗୋଲାପୀ ଟଙ୍କାର ଗୋଲକଧନ୍ଦା ପଛର ମାଷ୍ଟରମାଇଣ୍ଡକୁ ଖୋଜୁଛି EOW ଓ ED ?