ଲଣ୍ଡନ ଫେରନ୍ତାଙ୍କ ଠିକଣା ଖୋଜୁଛି ସ୍ବାସ୍ଥ୍ୟ ବିଭାଗ, ଭୁଲ୍ ଫୋନ୍ ନମ୍ବର ପାଇଁ ମିଳୁନି ୬୨ଜଣଙ୍କ ପତ୍ତା

ଭୁବନେଶ୍ବର: ଲଣ୍ଡନ ଫେରନ୍ତାଙ୍କ ଠିକଣା ଖୋଜୁଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ନଭେମ୍ବର ୩୦ରୁ ଡିସେମ୍ବର ୨୧ଯାଏ ଲଣ୍ଡନରୁ ୧୮୧ଜଣ ଓଡ଼ିଶା ଫେରିଛନ୍ତି। ଯେଉଁଥିରୁ ୧୧୯ ଜଣଙ୍କ ପତ୍ତା ମିଳିଛି। ସେମାନଙ୍କ କରୋନା ପରୀକ୍ଷା କରାଯାଇଛି। ସେଥିରୁ ୬ ପଜିଟିଭ ବାହାରିଛନ୍ତି। ହେଲେ ବାକି ୬୨ ଜଣ ଭୁଲ ଫୋନ ନମ୍ବର ଓ ଠିକଣା ଦେଇଥିବାରୁ ଚିନ୍ତା ବଢିଛି।

ଭୁଲ ମୋବାଇଲ ଫୋନ ନମ୍ବର ଦେଇଥିବାରୁ ଲଣ୍ଡନ ଫେରନ୍ତାଙ୍କୁ ଟ୍ରେଶ୍ କରିବା କଷ୍ଟସାଧ୍ୟ ହେଉଥିବା କହିଛନ୍ତି ଜିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ।

ଅନ୍ୟପଟେ ନୂଆ ଭୂତାଣୁର ସଂକ୍ରମଣ ଶକ୍ତି ପୁରୁଣାଠାରୁ ୭୦ପ୍ରତିଶତ ଅଧିକ ବୋଲି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି କହିଛନ୍ତି । ଏଥିରେ କୋଭିଡ ୧୯ ପରି ଲକ୍ଷଣ ରହିଛି । ସେପଟେ ଟିକାକରଣ ପାଇଁ ଯଥେଷ୍ଟ ଲୋକ ଅଛନ୍ତି । ପ୍ରଥମେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବା ପରେ ଅନ୍ୟମାନଙ୍କୁ ଦିଆଯିବ । ଓଡ଼ିଶାରେ ବି ଡ୍ରାଏ ରନ୍ ହେବ ବୋଲି ଜିଏମ୍‌ଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି କହିଛନ୍ତି ।

Leave a Reply