spot_img

Latest Posts

ଲଣ୍ଡନରେ ଯୁବକଙ୍କୁ ଛୁରାମାଡ଼, ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ନନ୍ଦିଘୋଷ ବ୍ୟୁରୋ ; ବ୍ରିଟେନରେ ଜଣେ ବ୍ରିଟିଶ ଶିଖ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ଗତ ସପ୍ତାହରେ ଲଣ୍ଡନରେ ଜଣେ ବ୍ରିଟିଶ ଶିଖ ବ୍ୟକ୍ତିଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିଲା। ଏହି ମାମଲାରେ  ତଦନ୍ତ ଚାଲିଛି । ମୃତ ବ୍ୟକ୍ତି ଜଣଙ୍କ ୩୦ବର୍ଷୀୟ ଗୁରମୁଖ ସିଂହ ଓରଫ ଗ୍ୟାରି ବୋଲି ଜଣାପଡିଛି । ବୁଧବାର ଦିନ ପୂର୍ବ ଲଣ୍ଡନର ଇଲଫୋର୍ଡର ଫେଲବ୍ରିଜ୍ ରୋଡରେ ତାଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିଲା।

ପୋଲିସର ସୂଚନା ଅନୁଯାୟୀ, ଅମରଦୀପ ସିଂହ ନାମକ ଜଣେ ୨୭ ବର୍ଷୀୟ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୁଦ୍ଧରେ ଆଉ ଏକ ହତ୍ୟା ଅଭିଯୋଗ ଆସିଛି ଓ ସେ ଜାନୁଆରୀ ୫, ୨୦୨୬ରେ ଲଣ୍ଡନର ଓଲ୍ଡ ବେଲିର ଏକ କୋର୍ଟରେ ବିଚାର ପାଇଁ ହାଜର ହେବେ। ସେ ପର୍ଯ୍ୟନ୍ତ ସେ ହେପାଜତରେ ରହିବେ।

ଅମରଦୀପଙ୍କ ବ୍ୟତୀତ, ଗ୍ୟାରିକୁ ଛୁରି ମାରିବା ମାମଲାରେ ଅନ୍ୟ ଲୋକଙ୍କୁ ମଧ୍ୟ ଗିରଫ କରାଯାଇଛି । କିନ୍ତୁ ପୋଲିସ ଏବେ ବି ମାମଲାର ତଦନ୍ତ କରୁଛି, ତେଣୁ ସେମାନଙ୍କୁ ଅକ୍ଟୋବର ପର୍ଯ୍ୟନ୍ତ ଜାମିନରେ ମୁକ୍ତ କରାଯାଇଛି। ଗିରଫ ହୋଇଥିବା ଲୋକଙ୍କ ମଧ୍ୟରେ ଜଣେ ୨୯ବର୍ଷୀୟ ପୁରୁଷ ଅଛନ୍ତି। ତିନି ଜଣ ମହିଳା ମଧ୍ୟ ଅଛନ୍ତି। ତଥାପି, ସନ୍ଦେହଜନକ ହତ୍ୟା ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Latest Posts

Don't Miss