କେମିତି ଲାଇନ୍ଚ୍ୟୁତ ହେଲା ଲୋକମାନ୍ୟ ତିଲକ ଏକ୍ସପ୍ରେସ ?
1 min read
ଭୁବନେଶ୍ୱର: କେମିତି ହେଲା ଲୋକମାନ୍ୟ ତିଲକ ଏକ୍ସପ୍ରେସ ଲାଇନ୍ଚ୍ୟୁତ ? ସେ ନେଇ ଆଜିଠୁ ଆରମ୍ଭ ହେବ ତଦନ୍ତ । କୋଲକାତା ରେଳ ନିରାପତ୍ତା କମିଶନର ଘଟଣାର ତଦନ୍ତ କରିବେ । ଗତ ଗୁରୁବାର ଦିନ ମୁମ୍ବାଇରୁ ଭୁବନେଶ୍ୱର ଆସୁଥିବା ଲୋକମାନ୍ୟ ତିଲକ ଏକ୍ସପ୍ରେସ ନିର୍ଗୁଣ୍ଡି- ଶାଳଗାଁ ଷ୍ଟେସନ୍ ମଝିରେ ମାଲବାହୀ ଟ୍ରେନ୍କୁ ଧକ୍କା ଦେଇଥିଲା । ଫଳରେ ଏକ୍ସପ୍ରେସ ଟ୍ରେନ୍ର ୮ଟି ବଗି ଲାଇନ୍ଚ୍ୟୁତ ହୋଇଥିଲା ।
ରେଲୱେ ସାଉଥ୍ ଇଷ୍ଟର୍ଣ୍ଣ ସର୍କଲ କୋଲକାତାର ସେଫ୍ଟି କମିଶନର ଅଭୟ ରାୟ ଦୁର୍ଘଟଣାର ତଦନ୍ତ କରିବେ । ଦୁର୍ଘଟଣା ସଂପର୍କରେ କିଛି ଜାଣିଥିବା ଓ ପ୍ରମାଣ ପାଇଥିବା ବ୍ୟକ୍ତି, ତାହା ଅବଗତ କରିବା ପାଇଁ ସୂଚନା ଦିଆଯାଇଛି ।