ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ହେଲା ଲୋକସଭା  

ନୂଆଦିଲ୍ଲୀ: କରୋନା ପାଇଁ ଏବେ ସାରା ଦେଶ ଠପ୍‌ ହୋଇଯାଇଛି  । ଦେଶରେ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଇଛି  । ପୁରା ଦେଶ ଏବେ ଖାଁ ଖାଁ ଲାଗୁଛି । ସବୁଠି ଏବେ ଲକ୍‌ଡାଉନର ସ୍ଥିତି ଉପୁଜିଛି । ସବୁ ଜନଗହଳୀପୂର୍ଣ୍ଣ ଅଞ୍ଚଳକୁ ସରକାରଙ୍କ ତରଫରୁ ବାରଣ କରାଯାଇଛି । ଏସବୁ କେବେଳ କରୋନା ଭାଇରସପାଇଁ ହୋଇଛି । ଆଜି ଲୋକସଭା କିଛି ସମୟପାଇଁ ଚାଲିଥିଲା ।

କାୟା ବିସ୍ତାର କରୁଛି ଭୟଙ୍କର କରୋନା ଭାଇରସ, ବିପଦରେ ୮ ଦେଶ

ଏହାପରେ ଲୋକସଭାର ପ୍ରକ୍ରିୟାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। କରୋନା ଜୀବାଣୁ ବୃଦ୍ଧି ପାଉଥିବା ବିପଦକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ୍ ୩ ପର୍ଯ୍ୟନ୍ତ ଚାଲିବାକୁ ସ୍ଥିର ହୋଇଥିଲା । କିନ୍ତୁ କରୋନା ଭାଇରସ୍ ହେତୁ ପ୍ରକ୍ରିୟା ସମୟ ପୂର୍ବରୁ ସ୍ଥଗିତ ରଖାଯାଇଥିଲା । ଏହାପୂର୍ବରୁ ସାଂସଦମାନେ ଲୋକସଭାରେ କରୋନା କମାଣ୍ଡୋଙ୍କ ପାଇଁ କରତାଳି ଦେଇଥିଲେ । ଏହା ବ୍ୟତୀତ ଆଜି ଲୋକସଭାରୁ ଫାଇନାନ୍ସ ବିଲ୍ ୨୦୨୦ ମଧ୍ୟ ପାରିତ ହୋଇଛି।

Leave a Reply