ରାଜ୍ୟସଭା ଟିଭି ଓ ଲୋକସଭା ଟିଭିର ମିଶ୍ରଣରେ ଆରମ୍ଭ ହେଲା ‘ସଂସଦ ଟିଭି’

1 min read

ନୂଆଦିଲ୍ଲୀ: ରାଜ୍ୟସଭା ଟିଭି ଓ ଲୋକସଭା ଟିଭିର ମିଶ୍ରଣ । ଦୁଇ ଟିଭିର ମିଶ୍ରଣରେ ଆରମ୍ଭ ହେଲା ସଂସଦ ଟିଭି। ସଂସଦ ଟିଭିର ସିଇଓ ଭାବେ ଅବସରପ୍ରାପ୍ତ ଆଇଏଏସ ଅଫିସର ରବି କପୁରଙ୍କୁ ନିଯୁକ୍ତ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରବି କପୁର ଏହି ଦାୟିତ୍ୱ ତୁଲାଇବେ। ରାଜ୍ୟ ସଭା ଟିଭି ଓ ଲୋକ ସଭା ଟିଭିର ମିଶ୍ରଣରେ ସଂସଦ ଟିଭି ଆରମ୍ଭ ହୋଇଛି। ଲୋକସଭା ଟଭି ଅଧ୍ୟକ୍ଷ ଓ ରାଜ୍ୟସଭା ଟିଭି ଅଧ୍ୟକ୍ଷଙ୍କ ମିଳିତ ନିଷ୍ପତ୍ତି ଅନୁସାରେ ଏହି ନିଷ୍ପତ୍ତି ନିଆଯାଇଛି।

ଅନ୍ୟପଟେ ରାଜ୍ୟସଭା ଟିଭି ସିଇଓ ମନୋଜ କୁମାର ପାଣ୍ଡେଙ୍କୁ ଦାୟିତ୍ୱରୁ ନିବୃତ୍ତ କରାଯାଇଛି। ଚାକିରି ସର୍ତ୍ତ ମୁତାବକ ତାଙ୍କୁ ଏକ ମାସର ଦରମା ପ୍ରଦାନ କରାଯିବ। ସଂସଦ ଟିଭିର ସିଇଓ ନିଯୁକ୍ତ ହୋଇଥିବା ରବି କାପୁର ଆସାମ-ମେଘାଳୟ କ୍ୟାଡରର ୧୯୮୬ ବ୍ୟାଚ୍ ଆଇଏଏସ୍‌ ଅଫିସର । ସେ ବୟନ ମନ୍ତ୍ରଣାଳୟର ସଚିବ ଦାୟିତ୍ୱରେ ରହିଥିଲେ। ସେ ୨୦୧୬ରୁ ୨୦୧୯ ପର୍ଯ୍ୟନ୍ତ ଆସାମର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ଥିଲେ।

ସୂଚନାଯୋଗ୍ୟ, ଲୋକସଭା ଟିଭିରେ ଲୋକସଭା ଅଧିବେଶନ ପ୍ରସାରିତ ହୋଇଥାଏ । ୧୯୮୯ରେ ଏହା ଆରମ୍ଭ ହୋଇଥିଲା। ୨୦୧୧ରେ ରାଜ୍ୟସଭା ଟିଭି ଆରମ୍ଭ କରାଯାଇଥିଲା। ଏଥିରେ ରାଜ୍ୟସଭାର ସିଧାପ୍ରସାରଣ କରାଯାଇଥାଏ। ହେଲେ ଏବେ ଉଭୟ ସଂସଦର ଅଧିବେଶନ ସଂସଦ ଟିଭିରେ ପ୍ରସାରିତ ହେବ।

Leave a Reply