ଆଜି ଦେଶରେ ୩ୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ, ୧୧ ରାଜ୍ୟର ୯୩ ଆସନରେ ପାଇଁ ଭୋଟିଂ

ନନ୍ଦିଘୋଷ ବ୍ୟୁରୋ : ଆଜି ତୃତୀୟ ପର୍ଯ୍ଯାୟ ଲୋକସଭା ନିର୍ବାଚନ । ୧୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୯୩ ସଂସଦୀୟ କ୍ଷେତ୍ର ପାଇଁ ଆରମ୍ଭ ହୋଇଛି ଭୋଟିଂ । ଆସାମର ୪, ବିହାରର ୫, ଛତିଶଗଡ଼ର ୭, ଗୋଆର ୨, ଗୁଜରାଟର ୨୬, କର୍ଣ୍ଣାଟକର ୧୪, ମଧ୍ଯପ୍ରଦେଶର ୮, ମହାରାଷ୍ଟ୍ରର ୧୧, ଉତ୍ତରପ୍ରଦେଶର ୧୦, ପଶ୍ଚିମବଙ୍ଗର ୪, ଦାଦ୍ରା ଓ ନଗର ହାବେଳୀର ୨ ଆସନରେ ହେଉଛି ମତଦାନ। ଏହି ସମସ୍ତ ଆସନରେ ଜୁନ ୪ରେ ହେବ ଗଣତି । ନିର୍ବାଚନରେ ମୋଟ ୧୩୫୦ରୁ ଅଧିକ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।

ମଇଦାନରେ ବହୁ କେନ୍ଦ୍ରମନ୍ତ୍ରୀ, ପୂର୍ବତନ ମୁଖ୍ଯମନ୍ତ୍ରୀ, ପୂର୍ବତନ ମୁଖ୍ଯମନ୍ତ୍ରୀଙ୍କ ପୁଅ, ଝିଅ, ପତ୍ନୀ ଆଦି ଅଛନ୍ତି। ଏହି ନିର୍ବାଚନରେ କେନ୍ଦ୍ରର ଦୁଇ ହାଇପ୍ରୋଫାଇଲ ମନ୍ତ୍ରୀ ଅମିତ ଶାହ ଓ ମନସୁଖ ମାଣ୍ଡବୀୟଙ୍କ ସମେତ ଶ୍ରୀପଦ ୟେସୋ ନାୟକ, ପୁରୁଷୋତ୍ତମ ରୂପାଲା, ଭଗୱନ୍ତ ଖୁବା, ପ୍ରହଲ୍ଲାଦ ଯୋଶୀ, ଜ୍ଯୋତିରାଦିତ୍ଯ ସିନ୍ଦିଆ, ନାରାୟଣ ରାଣେଙ୍କ ଭାଗ୍ଯ ନିର୍ଦ୍ଧାରଣ ହେବ। ଗୁଜରାଟର ସମସ୍ତ ୨୬ ଆସନରେ ଗୋଟିଏ ପର୍ଯ୍ୟାୟରେ ଭୋଟ ହେବ। ତୃତୀୟ ପର୍ଯ୍ୟାୟରେ ମୋଟ ୧୨୩ ମହିଳା ପ୍ରାର୍ଥୀ ଅଛନ୍ତି। ୩୯୨ ପ୍ରାର୍ଥୀ କୋଟିପତି ଅଛନ୍ତି।