୨ଦିନ ପୂର୍ବରୁ ସରିଲା ମୌସୁମୀ ଅଧିବେଶନ: ୨୦ଟି ବିଧେୟକ ପାସ୍

ନୂଆଦିଲ୍ଲୀ: ଲୋକସଭାକୁ ସାଇନ୍ ଏ ଡାଏ ଘୋଷଣା କଲେ ବାଚସ୍ପତି ଓମ୍ ବିର୍ଲା । ଗୃହରେ ଅଚଳାବସ୍ଥା ଜାରି ରହିଥିବା ବେଳେ ଆଲୋଚନା ହୋଇପାରୁ ନଥିବାରୁ ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ବାଚସ୍ପତି। ଚଳିତ ଅଧିବେଶନରେ ଗୃହରେ ଆଲୋଚନା ହୋଇ ନପାରିବାକୁ ବାଚସ୍ପତି କ୍ଷୋଭ ପ୍ରକାଶ କରିଛନ୍ତି । ଆଶା ଅନୁଯାୟୀ ଗୃହ ଚାଲିପାରିଲାନି ବୋଲି ବାଚସ୍ପତି କହିଛନ୍ତି । ଚଳିତ ଅଧିବେଶନରେ ୨୦ଟି ବିଧେୟକ ପାସ୍ ହୋଇଛି । ସଂସଦ ଚଳାଇବାରେ ଟିକସଦାତାଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ବାରମ୍ବାର ନିବେଦନ ପରେ ବି ବିରୋଧୀ ସାଂସଦ ପ୍ଲାଂକାର୍ଡ ଧରି ଗୃହରେ ହୋହଲ୍ଲା କରିବା ସହ ଗୃହର ମର୍ଯ୍ୟାଦା ହାନୀ କରିଥିଲେ । ଗୃହରେ ସକରାତ୍ମକ ଆଲୋଚନା ହେବା ଜରୁରୀ । ଭବିଷ୍ୟତରେ ସମସ୍ତ ସାଂସଦ ଗୃହର ମର୍ଯ୍ୟାଦା ରକ୍ଷା କରିବାକୁ ବାଚସ୍ପତିଙ୍କ ଅପିଲ୍ କରିଛନ୍ତି । ସେପଟେ ରାଜ୍ୟସଭାରେ ବିରୋଧୀଙ୍କ ହଙ୍ଗାମା ଯୋଗୁ ଭାବପ୍ରବଣ ହୋଇଛନ୍ତି ଗୃହର ଅଧ୍ୟକ୍ଷ ଭେଙ୍କୟା ନାଇଡୁ । ସେ କହିଛନ୍ତି ବିରୋଧୀଙ୍କ ବିରୋଧ ପ୍ରଦର୍ଶନ ଯୋଗୁ ଗୃହର ପବିତ୍ରତା ନଷ୍ଟ ହୋଇଛି । ଗତକାଲି ସଂସଦରେ ବିରୋଧୀଙ୍କ ଆଚରଣ ତାଙ୍କୁ ବ୍ୟଥିତ କରିଛି । ଏଥିପାଇଁ ସେ ରାତିରେ ଶୋଇ ପାରିନଥିବା କହିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ।

୯ ବହୁମୁଖୀ ଷ୍ଟାଡିୟମ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କ ନିଷ୍ପତ୍ତିକୁ ଆନନ୍ଦ ମହିନ୍ଦ୍ରାଙ୍କ ପ୍ରଶଂସା

Leave a Reply