ନୂଆ ଦଳ ଗଢୁଛନ୍ତି ପଙ୍ଗପାଳ: ଜୁନ୍‌ରେ ଉଡ଼ିଗଲେ ଜୁଲାଇରେ ଆସିବେ, ଚିନ୍ତାରେ ପକାଇଲା ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନର ରିପୋର୍ଟ

ଭୁବନେଶ୍ୱର: ଜୁଲାଇରେ ପୁଣି ହୋଇପାରେ ପଙ୍ଗପାଳ ଆକ୍ରମଣ। ପଙ୍ଗପାଳର ଏକ ଦଳ କୋଟି କୋଟି ସଂଖ୍ୟାରେ ମଧ୍ୟ ପ୍ରଦେଶ ଓ ଛତିଶଗଡ଼ ଦେଇ ଓଡ଼ିଶା ଆସିବା ନେଇ ରିପୋର୍ଟ ଦେଇଛି ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ। ପୂର୍ବରୁ ଆସିଥିବା ପଙ୍ଗପାଳ ସିନା ଦୁର୍ବଳ ହୋଇପଡ଼ିଛନ୍ତି, ହେଲେ ନୂଆ ଦଳ ଭୟଙ୍କର ରୂପ ଧାରଣ କରି ବିହାର ଓ ଓଡ଼ିଶାର ଚାଷଜମିକୁ ଗ୍ରାସ କରିପାରେ।

ଦୁର୍ବଳ ହୋଇଛି ପୁରୁଣା ଦଳ । ନୂଆ ଦଳ ଗଢୁଛନ୍ତି ପଙ୍ଗପାଳ । ଜୁଲାଇରେ କରିପାରନ୍ତି ମିଳିତ ଆକ୍ରମଣ । ଓଡ଼ିଶାକୁ ନେଇ ପଙ୍ଗପାଳ ଆକ୍ରମଣ ଆଶଙ୍କା ଦେଖା ଦେଇଥିଲା, ତାହା ଦୂର ହୋଇଛି । ହେଲେ ମାସେ ପରେ ପୁଣି ଚାଷୀଙ୍କ ପାଇଁ ସତର୍କ ଘଣ୍ଟି ବଜାଇ ପାରନ୍ତି ପଙ୍ଗପାଳର ଏକ ନୂଆ ଦଳ । ଦେଖନ୍ତୁ ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଜୁନ ୪ ତାରିଖରେ ଦେଇଥିବା ଏହି ରିପୋର୍ଟକୁ । ରାଜସ୍ଥାନର ସମାନ ରାସ୍ତା ଦେଇ ନୂଆ ପଙ୍ଗପାଳମାନେ ମୌସୁମୀ ପୂର୍ବରୁ ହି ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଓ ଛତିଶଗଡ଼କୁ ମାଡ଼ିବାର ଆଶଙ୍କା ରହିଛି। ଏହି ରିପୋର୍ଟ ଅନୁସାରେ, ଏଥର ପଙ୍ଗପାଳମାନେ ଏତେ ଶକ୍ତିଶାଳୀ ଉଡ଼ାଣ ଭରିବେ ଯେ ବିହାର ଓ ଓଡ଼ିଶାକୁ ତ୍ରାହି ମିଳିବା କାଠିକର ପାଠ ହେବ । ଏହି ନୂଆ ଟିମ୍‌ ପାଇଁ ଖୁବ୍‌ ଶୀଘ୍ର କେନ୍ଦ୍ର ସରକାର ଏକ ନୂଆ ମାର୍ଗଦର୍ଶକ ଜାରି କରିବାକୁ ଯାଉଛନ୍ତି।

ଗୋଟାଏ ପଙ୍ଗପାଳ ୯ ମାସ ଯାଏ ବଞ୍ଚିପାରେ। ଏହା ଭିତରେ ପ୍ରତି ଦୁଇରୁ ତିନି ମାସରେ ସେମାନେ ମରୁଭୂମି ତାପମାତ୍ରାରେ ଅଣ୍ଡା ଦେଇଥାନ୍ତି । ଥରକରେ ୧୦୦ରୁ ଦେଢ ଶହ ଅଣ୍ଡା ଦେବାର କ୍ଷମତା ରଖିଛନ୍ତି ପଙ୍ଗପାଳ। ଏକା ସଙ୍ଗେ ୪କୋଟିରୁ ଅଧିକ ପଙ୍ଗପାଳ ଉଡ଼ି ଚାଷ ଜମି, ଗଛ ଲତା, ପନିପରିବା ଓ ଫସଲକୁ ସଂପୂର୍ଣ୍ଣ ନଷ୍ଟ କରିଦିଅନ୍ତି। ଏହାକୁ ଭିତ୍ତି କରି ନୂଆ ପଙ୍ଗପାଳଙ୍କୁ ମୁ୍କାବିଲା କରିବାକୁ ସଜବାଜ ଆରମ୍ଭ ହୋଇଛି।

Leave a Reply