ପଞ୍ଜାବକୁ ପୁଣି ଏକ ବଡ଼ ଝଟକା: IPL ୨୦୨୫ରୁ ବାଦ୍ ପଡ଼ିଲେ ଏହି ଖେଳାଳି

1 min read

ଇଣ୍ଡିଆନ ପ୍ରିମିୟର ଲିଗ (IPL) ଚାଲିଥିବା ବେଳେ ଏହା ମଧ୍ୟରେ ପଞ୍ଜାବ କିଙ୍ଗସକୁ ଲାଗିଛି ଏକ ବଡ଼ ଝଟକା । ଗତ ମ୍ୟାଚରେ ପଞ୍ଜାବକୁ ସନରାଇଜର୍ସ ହାଇଦ୍ରାବାଦ ଠାରୁ ୮ ଓ୍ବିକେଟରେ ପରାସ୍ତ ହେବାକୁ ପଡ଼ିଥିଲା । ଏହା ମଧ୍ୟରେ ଟିମକୁ ଲାଗିଛି ପୁଣି ଏକ ବଡ଼ ଝଟକା । ପଞ୍ଜାବର ଦ୍ରୁତ ବୋଲର ଲକୀ ଫର୍ଗ୍ୟୁସନ ଆଇପିଏଲ ୨୦୫ରୁ ବାଦ୍ ପଡ଼ିଛନ୍ତି । ମିଡ଼ିଆ ରିପୋର୍ଟ ମୁତାବକ, ଫର୍ଗ୍ୟୁସନଙ୍କୁ ଏକ ବଡ଼ ଧରଣର ଆଘାତ ଲାଗିଛି । ତେଣୁ ସେ ଏବେ ଖେଳିବା ଅସମ୍ଭବ । ଏହି କାରଣରୁ ଫର୍ଗ୍ୟୁସନ ଏହି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି । ଫର୍ଗ୍ୟୁସନଙ୍କ ଖେଳିବା ଏକପ୍ରକାରର  ଅସମ୍ଭବ ବୋଲି ପଞ୍ଜାବର ବୋଲିଂ କୋଚ ଜେମ୍ସ ହୋପ୍ସ ଏ ବାବଦରେ ସୂଚନା ଦେଇଛନ୍ତି ।

କୋଚ ହୋପ୍ସ କହିଛନ୍ତି, ଫର୍ଗ୍ୟୁସନ ଅନିଶ୍ଚିତ ସମୟ ପାଇଁ ବାଦ୍ ପଡ଼ିଛନ୍ତି । ଚଳିତ ଟୁର୍ଣ୍ଣାମେଣ୍ଟର ଶେଷ ସୁଦ୍ଧା ସେ ଟିମକ ଫେରିବା ମୁସ୍କିଲ । ସୂଚନାଯୋଗ୍ୟ ଯେ, ହାଇଦ୍ରାବାଦ ବିପକ୍ଷ ମ୍ୟାଚ ସମୟରେ ଦୁଇଟି ବଲ୍ ଫୋପାଡ଼ିବା ପରେ ଫର୍ଗ୍ୟୁସନ ପଡ଼ିଆ ଛାଡ଼ି ଚାଲିଯାଇଥିଲେ । ଚଳିତ ସିଜିନରେ ସେ ପଞ୍ଜାବ ପାଇଁ ଖେଳି ୪ଟି ମ୍ୟାଚରେ ୫ଟି ଓ୍ବିକେଟ ଅକ୍ତିଆର କରିଛନ୍ତି । ସେ ମିଡିଲ ଓଭରରେ ଟିମର ବୋଲିଂ ଯୋଜନାରେ ବଡ଼ ଭୂମିକା ନିର୍ବାହ କରିଥିଲେ ।