ଖାଲି ଓଡ଼ିଶା ନୁହଁ ପୂରା ଦୁନିଆ ମଦ ବିନା ବେହାଲ,ଏମିତି ପାଗଳ ହେଉଛନ୍ତି ଗ୍ରାହକ..

ନୂଆଦିଲ୍ଲୀ:  କରୋନା ଭାଇରସ୍ ପାଇଁ ଲାଗୁ କରାଯାଇଥିବା ଲକଡାଉନ ପାଇଁ ଦେଶ ସାରା ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ।  କିନ୍ତୁ ଆଜିଠୁ ଲାଗୁ କରାଯାଇଥିବା ଲକଡାଉନ ୩.୦ରେ କେତକ ରାଜ୍ୟରେ ମଦ ଉପରୁ ପ୍ରତିବନ୍ଧକକୁ ଉଠାଇ ଦିଆଯାଇଛି । ଦେଶକୁ ରେଡ୍, ଅରେଞ୍ଜ, ଏବଂ ଗ୍ରୀନ ଜୋନରେ ରାଜ୍ୟଗୁଡ଼ିକୁ ବାଣ୍ଟିଦିଆଯାଇଛି । ଏହି ଜୋନ ଅନୁସାରେ ରାଜ୍ୟ ଗୁଡ଼ିକରେ ମଦର ବିକ୍ରି ହୋଇପାରିବ । ଏହି ମଧ୍ୟରେ ମଦର ବିକ୍ରି ହେବା କଥା ଶୁଣି ଲୋକେ ମଦ ନେବା ପାଇଁ ସାମାଜିକ ଦୂରତାକୁ ଭୁଲି ଯାଇଛନ୍ତି ।

ମଦ ପେଟି ଦେଖି ଏମିତି ହେଲେ ଲୋକେ

ମଦ ନପାଇ ଲୋକ ଏକ ପ୍ରକାର ପାଗଳ ହୋଇସାରିଲେଣି । ଏ ଅବସ୍ଥା କେବଳ ଭାରତର ନୁହେଁ ଥାଇଲାଣ୍ଡର ମଧ୍ୟ ସମାନ ଅବସ୍ଥା । କାରଣ ଥାଇଲାଣ୍ଡରେ ମଧ୍ୟ ବହୁଦିନ ପରେ ମଦ ଉପରୁ ପ୍ରତିବନ୍ଧକ ଉଠାଇ ଦିଆଯାଇଛି । ଏହାପରେ ସେମାନଙ୍କ ଅବସ୍ଥା ଦେଖିଲେ ଆପଣ ବି ତାଜୁବ ହୋଇଯିବେ । ଏନେଇ ଟେଲିଭିଜନ ଜଗତର ହାସ୍ୟ ଅଭିନେତା ସୁନିଲ ଗ୍ରୋଭର ଏକ ଭିଡ଼ିଓ ସେୟାର କରିଛନ୍ତି । ସେହି ଭିଡ଼ିଓରେ ଦେଖାଯାଇଛି ଯେ, ଥାଇଲାଣ୍ଡର ଏକ ମଦ ଦେକାନରେ ଲୋକେ ମଦ ପାଇଁ କେତେ ଡହଳ ବିକଳ ହେଉଛନ୍ତି ।

ଏହି ଭିଡ଼ିଓରେ ଏକ ମଦ ଦୋକାନର ଭିତରର ଦୃଶ୍ୟକୁ ଦେଖିପାରବେ । ଏହି ଦୋକାନର ଜଣେ କର୍ମଚାରୀ ମଦ ପେଟି ଗୁଡ଼ିକୁ ନେଇ ଦୋକାନ ମଝିରେ ରଖି ଦେଉଛି । ଏହା ପରେ ଲୋକେ ଗୋଟେ ପରେ ଗୋଟେ ମଦ ପେଟି ନେବାକୁ କେମିତି ବିକଳ ହୋଇଛନ୍ତି । ଏବଂ କେହି ବି ଏଠି ସାମାଜିକ  ଦୂରତାକୁ ଅଧିକ ଧ୍ୟାନ ଦେଉ ନାହାଁନ୍ତି ।

Leave a Reply