ମଦୁଆଙ୍କ ପାଇଁ ଏହି ସୁବିଧା ଦେଲା ସ୍ୱାସ୍ଥ୍ୟ ବିଭାଗ…
1 min readଭୁବନେଶ୍ୱର: କରୋନା ଲକଡାଉନ୍ ଯୋଗୁଁ ଠପ୍ ହୋଇଯାଇଛି ଜନଜୀବନ । ଜାରି ରହିଛି ମେଡିସିନ୍, ପରିବା, ଗ୍ରୋସରୀ ଭଳି ଅତ୍ୟାବଶ୍ୟକୀୟ ସେବା । ମଦ ଦୋକାନ ସବୁ ବନ୍ଦ ହୋଇ ଯାଇଥିବାରୁ ଏବେ ମଦ ପିଉଥିବା ଲୋକ ସବୁ ଚିନ୍ତାରେ । ସେମାନଙ୍କ ଠାରେ ଚିନ୍ତା, ଅସ୍ଥିରତାପଣ, ହୃଦସ୍ପନ୍ଦନ, ନିଶ୍ୱାସ ନେବାରେ ଅସୁବିଧା, ହାତ ଥରିବା, ନିଦ୍ରା ହୀନତା ଆଦି ସମସ୍ୟା ଯୋଗୁଁ ମାନସିକ ଅସ୍ଥିରତା ଦେଖାଦେଇଛି ।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏ ସମସ୍ୟାକୁ ଦେଖି ଏକ ଭିଡିଓ ଟ୍ୱିଟ୍ କରିଛି । ଏମ୍ସ ପକ୍ଷରୁ ପ୍ରସ୍ତୁତ ଏହି ଭିଡିଓରେ ମଦ୍ୟ ପାନ କରୁଥିବା ବ୍ୟକ୍ତି ଏବେ କଣ କଲେ ଆଉ ଅସୁବିଧାରେ ପଡ଼ିବେ ନାହିଁ ସେନେଇ ବିସ୍ତୃତ ସୂଚନା ଦିଆଯାଇଛି ।
#Lockdown phase is a trying time for people who are addicted to alcohol. Keep yourself busy, spend time with your family, indulge in physical activity & drink plenty of water. Consult a doctor or dial 104 immediately if you experience physical discomfort. #OdishaFightsCorona pic.twitter.com/QpVFSV8TUj
— H & FW Dept Odisha (@HFWOdisha) April 10, 2020
ଅଧିକ ପାଣି ପିଅନ୍ତୁ
ମଦକୁ ଛାଡ଼ି ରହିପାରୁ ନଥିବା ବ୍ୟକ୍ତିମାନେ ପାଣି ପିଇବା ଅଭ୍ୟାସ କରନ୍ତୁ । ଯେତେବେଳେ ମଦ ପିଇବା ଭାବନା ଆସୁଛି ସେତେବେଳେ ପାଣି ହିଁ ପିଅନ୍ତୁ । ଏହା ଆପଣଙ୍କୁ ଶକ୍ତି ଦେବ ।
ଟିଭି ଦେଖନ୍ତୁ
ସମୟ ଅତିବାହିତ କରିବାର ଆଉ ଗୋଟିଏ ମାଧ୍ୟମ ହେଉଛି ଟିଭି । ଟିଭି ଦେଖିବା ଦ୍ୱାରା ଆପଣଙ୍କ ଚିନ୍ତାଗ୍ରସ୍ତ ଭାରାକ୍ରାନ୍ତ ମନକୁ ଆଶ୍ୱସ୍ତି ମିଳିବ ।
ପରିବାର ସହ ସମୟ ବିତାନ୍ତୁ
ଏହି ସମୟକୁ ପରିବାର ସହ ବିତାନ୍ତୁ । ଦେଖିବେ ଆପଣଙ୍କ ପରିବାର ଆପଣଙ୍କୁ ପାଇଁ ଖୁସି ହେବ ।
ଉଦ୍ୟାନ କାର୍ଯ୍ୟ କରନ୍ତୁ
ଏଥିସହ ଆପଣ ଆପଣଙ୍କ ଗାର୍ଡେନ, ଛାତ ଉପରେ ବିଭିନ୍ନ ଫୁଲ ଓ ପନିପରିବା ଗଛ ଲଗାଇ ତାର ଯତ୍ନ ନେବା ସହ ନିଜ ମନକୁ ପ୍ରଫୁଲ୍ଲିତ ରଖିବା ସହ ଶରୀରକୁ ସୁସ୍ଥ ରଖିପାରିବେ ।
ବ୍ୟାୟାମ କରନ୍ତୁ
ନିଜକୁ ସୁସ୍ଥ ରଖିବାକୁ ବ୍ୟାୟାମ, ପ୍ରାଣାୟାମ, ଯୋଗ ଆଦି କରନ୍ତୁ ।
୮ରୁ ୯ ଘଣ୍ଟା ଶୁଅନ୍ତୁ
ଆପଣଙ୍କ ପାଇଁ ଅଧିକ ଶୋଇବା ଜରୁରୀ । ତେଣୁ, ଦୈନିକ ୮ରୁ ୯ ଘଣ୍ଟା ଶୋଇବାକୁ ଚେଷ୍ଟା କରନ୍ତୁ ।
ଏତେସବୁ କାର୍ଯ୍ୟ କଲା ପରେ ତଥାପି ଯଦି ଆପଣ ଶାରିରୀକ ଅସୁସ୍ଥତା ଅନୁଭବ କରୁଛନ୍ତି ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ନଚେତ୍ ଆପଣ ୧୦୪ ନମ୍ବରକୁ କଲ୍ କରି ସ୍ୱାସ୍ଥ୍ୟ ବିଭାଗ ଠାରୁ ପରାମର୍ଶ ନେଇପାରିବେ ।