spot_img

Latest Posts

ଲକଡାଉନରେ ଜଣେ ବାପାଙ୍କ କାହାଣୀ,ଯିଏ ନିଜ ପୁଅକୁ କାନ୍ଧରେ ବସାଇ ଅତିକ୍ରମ କଲେ ୫୦୦ କିଲୋମିଟର

ନୂଆଦିଲ୍ଲୀ: ଦିଲ୍ଲୀରେ ବଡ଼ବଡ଼ କୋଠା ପାଇଁ ଇଟା ତିଆରି କରୁଥିବା ଦିୟାରାମ କୁଶବାହା ଏବଂ ତାଙ୍କ ସ୍ତ୍ରୀ ଜ୍ଞାନବତୀ ତାଙ୍କ ପୁଅ ସହ ଘରକୁ ଫେରିଛନ୍ତି । ଯେଉଁଠାରେ ଏମାନେ କାମ କରନ୍ତି ତାଙ୍କ ୫ବର୍ଷର ପୁଅ ସେଠାରେ ଖେଳେ । ଏବଂ  ପୁଅକୁ ଦେଖି ବାପାମାଆ ନିଜ କଷ୍ଟ ଭୁଲି  ଯାଆନ୍ତି । କିନ୍ତୁ ଯେତେବେଳେ କରୋନା ଭାଇରସ କାରଣରୁ ଦେଶରେ ଲକଡାଉନ ହେଲା, ସେତେବେଳେ ପରିବାର ଉପରେ ଚଡ଼କ ପଡ଼ିଲା । ଦିନ ମଜୁରୀଆ ଭାବେ କାମ କରୁଥିବା ଏହି ପରିବାର କରିବେ କଣ ଖାଇବେ କେମିତି ଏମିତି ଭାବି ସେମାନେ ଘରକୁ ଫେରିବାର ନିଷ୍ପତି ନେଲେ । ତା’ପରେ ୨୬ ମାର୍ଚ୍ଚରେ ସମସ୍ତ ସେଠି କାମକରୁଥିବା ଲୋକ ଦିଲ୍ଲୀ ଠାରୁ ୫୦୦ କିଲୋମିଟର ଦୂରରେ ନିଜ ଗାଁ ପାଇଁ ଚାଲିବା ଆରମ୍ଭ କରିଥିଲେ । 

୨୮ବର୍ଷର ଦିନାରାମ ଏକ ୫ ବର୍ଷର ପୁଅ ଶିବମଙ୍କୁ ପ୍ରାୟ ୫୦୦କିଲୋମିଟର କାନ୍ଧରେ ବୋହି ନେଇଥିଲେ। ଲକଡାଉନ୍ ପରେ ଦିନାରାମଙ୍କୁ କାମ ବନ୍ଦ କରିବାକୁ ପଡିଲା ଏବଂ ପରିବାର ପାଇଁ ଖାଦ୍ୟ ଏବଂ ଭଡା ବ୍ୟବସ୍ଥା କରିବା କଷ୍ଟସାଧ୍ୟ ଥିଲା। ବାଟରେ, ଯେତେବେଳେ ଚାଲିବା କଷ୍ଟକର ହେଲା, ଦିନାରାମ ତାଙ୍କର ପ୍ରଥମ ପୁଅ ୭ ବର୍ଷର ପୁଅକୁ ମନେ ପକାଇଲେ ଯାହାକୁ ସେ ତାଙ୍କ ବାପାମାଆଙ୍କ ଗାଁରେ ଛାଡିଥିଲେ । ତେବେ ଶେଷରେ, ଚାରି ଦିନ ନିରନ୍ତର ଚାଲିବା ଏବଂ କିଛି ଟ୍ରକରେ ଲିଫ୍ଟ ନେବା ପରେ ସେ ମଧ୍ୟପ୍ରଦେଶର ଟିକାମଗଡ ଜିଲ୍ଲାର ତାଙ୍କ ଗାଁ ଜୁଗାୟାରେ ପହଞ୍ଚିଥିଲେ ।

ତେବେ ଦିନାରାମ କୁହନ୍ତି ସେ ଦିଲ୍ଲୀକୁ ଭଲ ପାଆନ୍ତି ସେଥିପାଇଁ ସେଠାରେ ରୁହନ୍ତି ତାହା ନୁହେଁ ବରଂ ସେ ବଞ୍ଚିବା ପାଇଁ କିଛି ଟଙ୍କା ରୋଜଗାର ପାଇଁ ସେଠାକୁ ଯାଇଥିଲେ ଯାହାଦ୍ୱାରା ସେ ତାଙ୍କର ପରିବାରର ଭରଣ ପୋଷଣ କରିପାରିବେ । କିନ୍ତୁ ଯେତେବେଳେ ସେ ନିଜ ଗାଁରେ ପହଞ୍ଚିଥିଲେ ଗାଁ ଲୋକମାନେ ତାଙ୍କୁ ସନ୍ଦେହ ନଜରରେ ଦେଖିଥିଲେ । ଏବଂ ସମସ୍ତଙ୍କ ମନରେ ପ୍ରଶ୍ନ ସେ କୋରନା ସଂକ୍ରମିତ ନୁହଁନ୍ତି ତ, ସେଥି ପାଇଁ ସେ ଗାଁ ପାଇଁ ଅଜଣା ହୋଇଯାଇଛନ୍ତି ଯାହା ତାଙ୍କୁ ବହୁତ କଷ୍ଟ ଦେଇଛି ।

Latest Posts

Don't Miss