୩୧ ମେ’ ପର୍ଯ୍ୟନ୍ତ ବଢିପାରେ ଲକଡାଉନ୍ ୪.୦,ଜାଣନ୍ତୁ କେଉଁଠି କେମିତି ମିଳିବ ରିହାତି

1 min read

ନୂଆଦିଲ୍ଲୀ: କରୋନା ଭାଇରସ ମହାରମାରି ପାଇଁ ଜାରି ହୋଇଥିବା ଲକଡାଉନ୍ ୩.୦ର ମିଆଦ ରବିବାର ଦିନ ଶେଷ ହେଉଛି । ବର୍ତ୍ତମାନ ଭାଇରସ ଯେଉଁଭଳି ଭାବେ ଦେଶବ୍ୟାପି ତାର କାୟା ବିସ୍ତାର କରୁଛି ସେଥିରୁ ଅନୁମାନ କରାଯାଉଛି ଯେ, ଲକଡାଉନ୍ ଅବଧି ପୁଣିଥରେ ବଢିପାରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧନ କରି ଏହାର ସଂକେତ ମଧ୍ୟ ଦେଇଛନ୍ତି ।  ତେବେ ଲକଡାଉନ୍ ୪.୦ରେ କେଉଁଭି ରିହାତି ମିଳିବ ସେନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳି ନାହିଁ । ଆଜି କିମ୍ବା ଆସନ୍ତାକାଲି ଏନେଇ ଘୋଷଣା ହୋଇପାରେ । ଆସନ୍ତୁ ଜାଣିବା କେଉଁ କ୍ଷେତ୍ରକୁ ଲକଡାଉନ୍ ୪.୦ରେ କେଉଁଭଳି ରିହାତି ମିଳିବା ସମ୍ଭାବନା ରହିଛି ।

  • ପବ୍ଲିକ୍ ଟ୍ରାନ୍ସପୋର୍ଟକୁ ସର୍ତ୍ତ ସହ ଅନୁମତି ମିଳିପାରେ

ଅଟୋ ରିକ୍ସା ଓ କ୍ୟାବ୍ ଏଗ୍ରିଗେଟରଙ୍କୁ ସର୍ତ୍ତମୁଳକ ଅନୁମତି ମିଳିବା ସମ୍ଭାବନା । ସେମାନଙ୍କୁ ସର୍ବାଧିକ ୨ ଜଣ ଯାତ୍ରୀ ନେଇ ଯିବା ଅନୁମତି ମିଳିପାରେ । ଘରୋଇ ବିମାନ ଉଡାଣକୁ ଅନୁମତି ମିଳିପାରେ । ତେବେ ଏଥିପାଇଁ ଫ୍ଲାଇଟ୍ ଉଡିବା ରାଜ୍ୟ ଓ ଫ୍ଲାଇଟ୍ ପହଂଚିବା ରାଜ୍ୟର ଅନୁମତି ଆବଶ୍ୟକ । କେନ୍ଦ୍ର ସମସ୍ତ ଘରୋଇ ଉଡାଣ ଉପରୁ ପ୍ରତିବନ୍ଧକ ହଟାଇବା ପକ୍ଷରେ ଅଛି  କିନ୍ତୁ ରାଜ୍ୟକୁ ଏହାକୁ ବିରୋଧ କରୁଛନ୍ତି ।  ରେଡ୍ ଜୋନ୍ସରେ ମେଟ୍ରୋ ସର୍ଭିସ ପୂର୍ବଭଳି ବନ୍ଦ ରହିବ ।

  • ରେସ୍ତୋରାଁ ଓ ମଲ୍

ରେସ୍ତୋରାଁ ଓ ସପିଂ ମଲକୁ କିଛି ସର୍ତ୍ତ ସହ ଖୋଲିବା ଅନୁମତି ମିଳିବ । ତେବେ ସୋସିଆଲ ଡିଷ୍ଟାନ୍ସ ମାନିବାକୁ ପଡିବ ।

  • କଣ୍ଟେନମେଣ୍ଟ୍ ଜୋନ

କଣ୍ଟେନମେଣ୍ଟ ଜୋନରେ କଟକଣା ଅଧିକ ହେବ । କେଉଁ ଜୋନରେ କେଉଁ ଗତିବିଧିକୁ ଅନୁମତି ମିଳିବ ତାହା ନିର୍ଣ୍ଣୟ କରିବା ଅଧିକାର ରାଜ୍ୟ ସରକାରଙ୍କୁ ମିଳିବ ।

  • ଜୋନ୍ ଚିହ୍ନଟ

ଏପର୍ଯ୍ୟନ୍ତ କେନ୍ଦ୍ର ସରକାର ଜୋନ୍ ଚିହ୍ନଟ କରୁଥିଲେ । ଲକଡାଉନ୍ ୪.୦ରେ ଜୋନ୍ ଚିହ୍ନଟ ଅଧିକାର ରାଜ୍ୟଙ୍କୁ ମିଳିପାରେ । ତିନି ପର୍ଯ୍ୟାୟ ଲକଡାଉନରେ କେନ୍ଦ୍ର ଗ୍ରୀନ,ଅରେଞ୍ଜ ଓ ରେଡ୍ ଜୋନ ଚିହ୍ନଟ କରିବା ସହ ସେଥିରେ ପରିବର୍ତ୍ତନ କରୁଥିଲା । ଏବେ କିନ୍ତୁ ରାଜ୍ୟ ଚାହୁଁଛନ୍ତି ଯେ, ସେହି ଅଧିକାର ସେମାନଙ୍କୁ ମିଳୁ । କେନ୍ଦ୍ର ଗୃହମନ୍ତ୍ରଣାଳୟ ରାଜ୍ୟଙ୍କ ଏହି ଦାବିକୁ ମାନି ନେବାର ସମ୍ଭାବନା ରହିଛି ।

  • ପ୍ରବାସୀ ଶ୍ରମିକ

ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଦୂର ପାଇଁ ରାଜ୍ୟଙ୍କ ପାଇଁ କେନ୍ଦ୍ର ସରକାର ନୂଆ ଗାଇଡ୍ ଲାଇନ୍ ଜାରି କରିପାରନ୍ତି । ପ୍ରବାସୀ ଶ୍ରମିକଙ୍କ ସହାୟତା ପାଇଁ କେନ୍ଦ୍ର ରାଜ୍ୟଙ୍କୁ ୧୧ ହଜାର କୋଟି ଦେବା ବୋଲି ସମ୍ଭାବନା ବ୍ୟକ୍ତ କରାଯାଉଛି ।

MSME ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ଘୋଷଣା

Leave a Reply