ରାଜ୍ୟରେ ୧ ଜୁନ୍ଠାରୁ ୧୭ ଜୁନ୍ ସକାଳ ୫ଟା ପର୍ଯ୍ୟନ୍ତ ବଢ଼ିଲା ଲକ୍ଡାଉନ୍

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମଣ କମିବାରେ ଲାଗିଛି। ୨୫ ପ୍ରତିଶତରୁ କମି ୧୫ ପ୍ରତିଶତରେ ପହଞ୍ଚିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ପଶ୍ଚିମାଞ୍ଚଳରେ କରୋନା ସଂକ୍ରମଣ କ୍ରମାଗତ ଭାବେ କମିବାରେ ଲାଗିଛି। କିନ୍ତୁ ଉପକୂଳ ଓଡ଼ିଶା ଯେମିତିକି ଖୋର୍ଦ୍ଧା, କଟକ, ଅନୁଗୁଳରେ ୨୦ ପ୍ରତିଶତରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଲକ୍ଡାଉନ ପାଇଁ କରୋନାରେ ବ୍ରକ୍ ଲାଗିଛି। ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟର ସ୍ଥିତି ଠିକ ରହିଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ଅକ୍ସିଜେନ ହେଉକି ଔଷଧ ସବୁକିଛି ରାଜ୍ୟରେ ମହଜୁଦ ରହିଛି। ତେବେ କରୋନା ସଂକ୍ରମଣକୁ ନଜରରେ ରଖି ଲକ୍ଡାଉନକୁ ବଢ଼ାଯାଇଛି। ରାଜ୍ୟରେ ୧ ଜୁନ୍ଠାରୁ ୧୭ ଜୁନ ସକାଳ ୫ଟା ପର୍ଯ୍ୟନ୍ତ ବଢ଼ିଲା ଲକ୍ଡାଉନ୍। ୧୬ ଦିନ ପାଇଁ ରାଜ୍ୟରେ ପୁଣି ବଢ଼ିଛି ଲକ୍ଡାଉନ। ପୂର୍ବପରି ସବୁଠି କଡ଼ା କଟକଣା ଜାରି ରହିବ। ଅତ୍ୟାବଶ୍ୟକ ସେବା ବ୍ୟତିତ ଅନ୍ୟ ସବୁକିଛି ବନ୍ଦ ରହିଛି। ପୂର୍ବଭଳି ସଟ୍ ଡାଉନ ମଧ୍ୟ ଜାରି ରହିବ।
ଜୁନ୍ ୧୭ ତାରିଖ ଯାଏଁ ଲକଡାଉନ କଟକଣା ବଳବତ୍ତର ରହିବ। ଏହି ସମୟରେ ସପ୍ତାହାନ୍ତ ସଟ୍ଡାଉନ୍ ବି ଲାଗୁ ହେବ। କଟକଣା ସମୟରେ ସ୍ୱାସ୍ଥ୍ୟସେବା ଓ ଜରୁରୀ ସେବାକୁ ଅନୁମତି ମିଳିଛି। ଲକ୍ଡାଉନ୍ ବେଳେ ଘରଠାରୁ ୫ଶହ ମିଟର ଭିତରେ ସକାଳ ୭ଟାରୁ ୧୧ଟା ମଧ୍ୟରେ ଚାଲି ଚାଲି ଯାଇ ପରିବା କିଣିପାରିବେ ଜନସାଧାରଣ। ଅତ୍ୟାବଶ୍ୟକ ହେଲେ ବାଇକରେ ଜଣେ ଯାଇପାରିବେ। ବାହାଘର ଏବଂ ଅନ୍ୟ କାର୍ଯ୍ୟକ୍ରମ ପାଇଁ ସମାନ ନିୟମ ଲାଗୁ ରହିବ ରହିଛି।
ତେବେ ୩ଟି ଜିଲ୍ଲା ପାଇଁ ଲକ୍ଡାଉନ୍କୁ କୋହଳ କରାଯାଇଛି। ନୂଆପଡ଼ା, ଗଜପତି ଏବଂ ସୁନ୍ଦରଗଡ଼ରେ ଲକ୍ଡାଉନରେ କୋହଳ କରାଯାଇଛି। ଏହି ୩ଟି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ପ୍ରତିଶତରୁ ତଳେ ରହିଛି। ସେଥିପାଇଁ ଏହି ୩ଟି ଜିଲ୍ଲାରେ ୭ରୁ ଦିନ ୧ ପର୍ଯ୍ୟନ୍ତ ଖୋଲା ରହିବ ସବୁ ଦୋକାନ ବଜାର। ନିତ୍ୟ ବ୍ୟବହାର୍ଯ୍ୟ ଦୋକାନ ସହ ଅନ୍ୟ ସବୁ ଦୋକାନକୁ ୬ ଘଣ୍ଟା ଖୋଲିବା ପାଇଁ ରହିଛି ଅନୁମତି। କିନ୍ତୁ ଅନ୍ୟ ସବୁ ଜିଲ୍ଲା ପାଇଁ ପୂର୍ବଭଳି ୭ରୁ ଦିନ ୧୧ ପର୍ଯ୍ୟନ୍ତ ଖୋଲା ରହିବ ନିତ୍ୟ ବ୍ୟବହାର୍ଯ୍ୟ ଦୋକାନ। ଲକ୍ଡାଉନର ୧୬ ଦିନ ମଧ୍ୟରେ ଯଦି ସ୍ଥିତି ସୁଧୁରେ ତେବେ ଲକ୍ଡାଉନକୁ କୋହଳ କରାଯିବ।
କାର, ଅଟୋ, ଓବେର, ଓଲାରେ ଯାଉଥିଲେ ଡ୍ରାଇଭର ସହ ୨ଜଣ ଯାଇପାରିବେ। ଜରୁରୀ ଚିକିତ୍ସା ସେବା ପାଇଁ ୨ଜଣ ପଛ ସିଟରେ ବସି ମଧ୍ୟ ଯାଇପାରିବେ।