ମହାରାଷ୍ଟ୍ରରେ ବେକାବୁ କରୋନା, ନାଗପୁରରେ ଲକଡାଉନ୍ ଲାଗୁ ନିଷ୍ପତ୍ତି

1 min read
Lockdown Imposed In Nagpur Maharashtra For A Week

ନାଗପୁର: ମହାରାଷ୍ଟ୍ରରେ କରୋନାର ବୃଦ୍ଧି ପାଉଥିବା ମାମଲାକୁ ଦେଖି ନାଗପୁରରେ ସମ୍ପୂର୍ଣ୍ଣ ଲକଡାଉନ୍ ଲାଗୁ ହେବ । ଆସନ୍ତା ୧୫ ତାରିଖରୁ ମାର୍ଚ୍ଚ ୨୧ ଯାଏ ସପ୍ତାହକ ପାଇଁ ଲକଡାଉନ୍ କରାଯିବ । ଏହି ସମୟରେ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦେଲେ ଅନ୍ୟ କାହାରିକୁ ଘରୁ ବାହାରିବା ଲାଗି ଅନୁମତି ମିଳିବ ନାହିଁ ।

Lockdown Imposed In Nagpur Maharashtra For A Week

ବୁଧବାର ନାଗପୁରରେ ୧ ହଜାର ୭୧୦ଟି କରୋନାର ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା । ୧୭୩ ଦିନ ପରେ କରୋନାର ସର୍ବାଧିକ ମାମଲା ଆସିବାରେ ଏହା ରେକର୍ଡ । ଅଧିକାଂଶ ସଂକ୍ରମଣ ମାମଲା ମହିଳା ଓ ୨୦ରୁ ୪୦ ବର୍ଷ ବୟସ୍କଙ୍କ ଠାରେ ହେଉଥିବା ନାଗପୁର ମହାନଗର ନିଗମ କହିଥିଲା ।

Lockdown Imposed In Nagpur Maharashtra For A Week

ମହାନଗର ନିଗମ କମିଶନର ରାଧାକୃଷ୍ଣଣ କହିଛନ୍ତି- ଲୋକ ମହାମାରୀକୁ ହାଲୁକାରେ ନେଉଛନ୍ତି । ଲୋକଙ୍କ ସାହାଯ୍ୟ ବିନା ମହାମାରୀକୁ ନିୟନ୍ତ୍ରଣ କରାଯାଇ ପାରିବ ନାହିଁ । ସରକାର ସମର୍ଥ ଆର୍ଥିକ ଗତିବିଧି ଆରମ୍ଭ କରିଛନ୍ତି । ଆମେ ଚାହୁଁନାହୁଁ ପୁଣି ଥରେ ସମ୍ପୂର୍ଣ୍ଣ ଲକଡାଉନ୍ ଲାଗୁ ହେଉ । କିନ୍ତୁ, ସ୍ଥିତି ବିଗିଡ଼ିଲେ ଲକଡାଉନ୍ ଲଗାଇବାକୁ ବାଧ୍ୟ ହେବୁ ବୋଲି ସେ କହିଥିଲେ । ପୂର୍ବରୁ ରାତ୍ରିକାଳୀନ କର୍ଫ୍ୟୁ ଲଗାଯାଇଥିବା ବେଳେ ଏବେ ଲକଡାଉନ୍ ଘୋଷଣା ହୋଇଛି ।

Leave a Reply