ସଂକ୍ରମଣ ଥମୁନି, ରୋକିବା ପାଇଁ ଅଗଷ୍ଟ ୧୪ ଯାଏଁ କୋରାପୁଟ ଜିଲ୍ଲା ଲକଡାଉନ୍

କୋରାପୁଟ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଠାରୁ ଅଗଷ୍ଟ ୧୪ ଯାଏଁ ଲକଡାଉନ ଘୋଷଣା କରାଯାଇଛି । ଜିଲ୍ଲାରେ କରୋନା ସଂକ୍ରମଣ ଚେନ୍ ବ୍ରେକ୍ ପାଇଁ ଏପରି ପଦକ୍ଷେପ ନିଆଯାଇଛି । ଲୋକେ ପ୍ରଶାସନର ନିୟମ ମାନି ଜରୁରୀ କାମ ଥିଲେ ଘରୁ ବାହାରନ୍ତୁ, କାମ ନଥିଲେ ଘରୁ ନାବାହାରିବାକୁ କୁହାଯାଇଛି ।
ଜିଲ୍ଲାରେ ୧୫ହଜାର ୫୫୩ ଜଣଙ୍କ ସ୍ୱାବ ଟେଷ୍ଟ କରାଯାଇଥିବା ବେଳେ ସେଥିରୁ ୮୮୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ୩୮୧ ଜଣ ସୁସ୍ଥ ହୋଇ ଫେରିଛନ୍ତି। ତେବେ ଜିଲ୍ଲା ପ୍ରଶାସନ ଏବେ ଲକଡାଉନକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛି । ଏଥିପାଇଁ ସକାଳ ୬ଟା ରୁ ଦିନ ୧ଟା ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ସାଧାରଣ ଲୋକେ ଘରୁ ବାହାରି ପାରିବେ । ଅନ୍ୟ ସମୟରେ ବିନା ଜରୁରୀକାଳୀନ କାର୍ଯ୍ୟରେ ବାହାରକୁ ଆସିପାରିବେ ନାହିଁ ।