spot_img

Latest Posts

ଏହି ରାଜ୍ୟରେ ମେ’ ୨୯ ଯାଏଁ ଲକ୍‌ଡାଉନ୍‌ ବୃଦ୍ଧି, ଜାଣନ୍ତୁ କେଉଁଠି

ହାଇଦ୍ରାବାଦ: ତେଲଙ୍ଗାନାରେ ବଢିଲା ଲକ୍‌ଡାଉନ୍‌ ଅବଧି । ଦେଶର ପ୍ରଥମ ରାଜ୍ୟ ଭାବେ ମେ ମାସ ୨୯ ତାରିଖ ଯାଏଁ ଲକ୍‌ଡାଉନ୍‌ ଅବଧି ବଢାଇଛି ତେଲେଙ୍ଗାନା । କରୋନା ସ୍ଥିତିକୁ ନେଇ ଏଭଲି ନିଷ୍ପତ୍ତି ନିଆଯାଇଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ସୂଚନା ଦେଇଛନ୍ତି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଦିନ ଲକଡାଉନ୍ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସାରା ଦେଶରେ ମେ ୧୭ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ପାଇଁ ନିର୍ଦ୍ଦେଶ ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ , ସନ୍ଧ୍ୟା ୭ଟାରୁ ରାଜ୍ୟରେ କର୍ଫ୍ୟୁ ଲାଗୁ କରାଯିବ, ତେଣୁ ଜରୁରୀ ସାମଗ୍ରୀ ଇତ୍ୟାଦି ସନ୍ଧ୍ୟା ୬ଟା ସୁଦ୍ଧା ବନ୍ଦ ହେବ । ତେଣୁ ଲୋକଙ୍କୁ ସେ ନିଜ ଘରେ ରହିବାକୁ ଅନୁରୋଧ କରିଛନ୍ତି । ତେଲେଙ୍ଗାନାରେ ହୋଇଥିବା ଏହି ନିଷ୍ପତ୍ତିକୁ ଗ୍ରହଣ କରି କେନ୍ଦ୍ର ସରକାର ମଧ୍ୟ ଆଗାମୀ ଦିନରେ ଲକଡାଉନ୍ ବଢିପାରେ ବୋଲି ଘୋଷଣା କରିଛନ୍ତି ।

ତେଲେଙ୍ଗାନାର ସରକାର ଏହି ବିଷୟରେ ନିର୍ଦ୍ଦେଶନାମା ଜାରି କରି କରିଛନ୍ତି ଯେ, ଯେଉଁମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଯାଉଛନ୍ତି ସେମାନେ ୬ ଟା ସୁଦ୍ଧା ନିଜ ଘରକୁ ଫେରିବା ଉଚିତ୍। ଏହା ବ୍ୟତୀତ ଯଦି ରାଜ୍ୟରେ କେହି ଲକଡାଉନ ନିୟମ ଉଲ୍ଲଂଘନ କରୁଛନ୍ତି ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେପଟେ ତେଲେଙ୍ଗାନାରେ ବର୍ତ୍ତମାନ ସୁଦ୍ଧା ୧୦୮୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ୨୯ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ତେଲେଙ୍ଗାନାର ୨୧ଟି ଜିଲ୍ଲା କରୋନା କାବଳରୁ ମୁକ୍ତ ହୋଇଛି। ଅପରପକ୍ଷରେ ବହୁ ସଂଖ୍ୟକ ସୁସ୍ଥ କରୋନା ରୋଗୀଙ୍କୁ ମଧ୍ୟ ଘରକୁ ପଠାଯାଇଛି। ଚନ୍ଦ୍ରଶେଖର ରାଓ କହିଛନ୍ତି ଯେ କଣ୍ଟେନମେଣ୍ଟ ଜୋନର ୧୫ ଟି ଦୋକାନ ବ୍ୟତୀତ ୨୨୦୦ ମଦ ଦୋକାନ ଖୋଲାଯିବ। ଯେଉଁମାନେ ସାମାଜିକ ଦୂରତାର ପାଳନ କରୁନାହାଁନ୍ତି ସେମାନଙ୍କୁ ପରିଣାମ ଭୋଗିବାକୁ ପଡିବ । ମାସ୍କ ବିନା ମଦ ଏବଂ ଅନ୍ୟାନ୍ୟ ଜିନିଷ ମିଳିବ ନାହିଁ । ତେଲେଙ୍ଗାନା ପୂର୍ବରୁ ୟୁପିର ଗାଜିଆବାଦ ଜିଲ୍ଲାରେ ଲକଡାଉନ୍ ଅବଧି ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

 

Latest Posts

Don't Miss