spot_img

Latest Posts

୭୬ଦିନ ପରେ ଲକ୍ଷ୍ମଣ ରେଖା ଡେଇଁବେ ଉହାନର ଲୋକେ

ସମଗ୍ର ବିଶ୍ୱ ଏବେ କରୋନା ସହ ମୁକାବିଲା କରୁଛି । ଚାଇନାର ଉହାନରୁ ୭୬ ଦିନ ପରେ ଲକଡାଉନ୍ ଉଠାଯାଇଛି। ବୁଧବାର ତଥା ଆଜି ମଧ୍ୟ ରାତ୍ରିରୁ ଉହାନର ଲୋକମାନେ ଲକଡାଉନ୍ ର ଜେଲରୁ ମୁକ୍ତ ହେବେ। ଜାନୁଆରୀ ମାସ ୨୩ ତାରିଖରେ ସେଠାରେ ଲକଡାଉନର ଘୋଷଣା କରାଯାଇଥିଲା । କରୋନା ଜୀବାଣୁ ସଂସ୍ପର୍ଶରେ ଆସିବା ପରେ ସହରରେ ସମସ୍ତ ଲୋକେ ନାକାବନ୍ଦିରେ ଥିଲେ । ତେବେ ଆଜି ରାତିରେ ସେମାନେ ନିଜ ଘରୁ ମୁକ୍ତ ହେବେ ।

ଏହି ମହାମାରୀ ବ୍ୟାପିବା ପରେ ଉହାନରେ ୩୩୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ ଯେ, ଉହାନରେ ୮୨ ହଜାରରୁ ଅଧିକ ଲୋକେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ରିପୋର୍ଟ ଅନୁସାରେ ଗତ କିଛି ସପ୍ତାହ ମଧ୍ୟରେ ସହରରେ କରୋନା ମାମଲା ତୀବ୍ର ଗତିରେ ହ୍ରାସ ପାଇଛି। ମଙ୍ଗଳବାର ପ୍ରକାଶିତ ସରକାରୀ ତଥ୍ୟ ଅନୁସାରେ କରୋନାର ଗୋଟିଏ ବି ମାମଲା ସାମ୍ନାକୁ ଆସିନାହିଁ। ୭୬ଦିନିଆ ଲକଡାଉନ୍ ସମୟରେ ଉହାନ ଲୋକଙ୍କୁ କଟକଣା ସହ ଘରୁ ବାହାରିବାକୁ ବାରଣ କରାଯାଇଥିଲା। ଏହି ଜରୁରୀକାଳିନ ସମୟ ମଧ୍ୟରେ, କେବଳ ଆବଶ୍ୟକ କାର୍ଯ୍ୟ ପାଇଁ ଅନୁମତି ଦିଆଯାଇଥିଲା । ଏହା ବ୍ୟତୀତ ସମଗ୍ର ସହରର ସୀମା ସିଲ୍ କରାଯାଇଥିଲା।

ଲକଡାଉନ୍ ସମାପ୍ତ ଯୋଗୁଁ ଉହାନ ସହରର ୟାଙ୍ଗଟେଜ୍ ନଦୀ କୂଳରେ ଏକ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଲକଡାଉନ୍ ଶେଷ ହେବା ଖୁସିରେ ଆନିମେଟେଡ୍ ଚିତ୍ର ସାହାଯ୍ୟରେ ସ୍ୱାସ୍ଥ୍ୟ କର୍ମୀ ଏବଂ କରୋନା ରୋଗୀଙ୍କ ଫଟୋ ଅଙ୍କାଯାଇ ପ୍ରଦର୍ଶନ କରାଯାଇଛି । ଉହାନଙ୍କୁ ଏକ “ହିରୋଇକ୍ ସିଟି” ଭାବରେ ଦର୍ଶା ଯାଇଛି । କରୋନା ସହ ମୁକାବିଲା କରିଥିବାରୁ ସହରକୁ ବୀର ଭାବେ ଚିତ୍ରଣ କରାଯାଇଛି । ଲୋକମାନେ ଏହା ଦେଖି ବହୁତ ଉତ୍ସାହିତ ହୋଇଛନ୍ତି । ୭୬ ଦିନିଆ ଲକଡାଉନ୍ ପରେ ଏବେ ଲୋକେ ନିଶ୍ବାସ ନେଇଛନ୍ତି ।

Latest Posts

Don't Miss